ଡାକ୍ତରଖାନାରେ ଭର୍ତ୍ତି ହେଲେ ଶରଦ ପାଵାର, ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା

ଡାକ୍ତରଖାନାରେ ଭର୍ତ୍ତି ହେଲେ ଶରଦ ପାଵାର, ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା
Samaya Live Desk Picture
Published On

ମୁମ୍ବାଇ: ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଵାର ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପୁଣେର ‘ରୁବି ହଲ୍ କ୍ଲିନିକ’ରେ ଭର୍ତ୍ତି କରାଯାଇଛି। ସେଠାରେ ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ତଥା ଅଧ୍ଯକ୍ଷ ଡାକ୍ତର.ପରଭେଜ ଗ୍ରାଣ୍ଟ୍ ଶରଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସେ ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାତ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୮୫ ବର୍ଷୀୟ ପାୱାର ପୂର୍ବରୁ ମଧ୍ୟ ଫେବ୍ରୁଆରି ୯ ତାରିଖରେ ଏହି ସମାନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ଫେବ୍ରୁଆରି ୧୪ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

 

 

Tags: