ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବାରୁ ମୁଁ ଖୁସି : ଶରଦ ପାୱାର

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବାରୁ ମୁଁ ଖୁସି : ଶରଦ ପାୱାର
Samaya Live Desk Picture
Published On

ମୁମ୍ବାଇ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ପ୍ରତିଷ୍ଠାତା ଶରଦ ପାୱାର ବୁଧବାର ଦିନ ତାଙ୍କ ପୁତୁରା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।   ପୂର୍ବରୁ ସୁନେତ୍ରାଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସଂକ୍ରାନ୍ତରେ ଶରଦ ପାୱାରଙ୍କୁ କିମ୍ବା ଏନ୍‌ସିପି (ଏସ୍‌ପି) ଦଳ ଏବଂ ପାୱାର ପରିବାରକୁ କିଛି ଜଣାଯାଇନଥିଲା ବୋଲି ଶରଦ ପାୱାର କହିଥିବାରୁ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବାକୁ ସେ ଗ୍ରହଣ କରିଛନ୍ତି କି ନା’ ସେନେଇ ଦ୍ବନ୍ଦ୍ବ ଉପୁଜିଥିଲା। ତେଣୁ ଶରଦ ପାୱାର ଆଜି ଉକ୍ତ ପ୍ରସଙ୍ଗରେ ମତ ସ୍ପଷ୍ଟ କରି କହିଛନ୍ତି ଯେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବାରୁ ସେ ଖୁସି। ୨ ଏନ୍‌ସିପି ଗୋଷ୍ଠୀ ମିଶ୍ରଣ ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି, ଅଜିତ ପାୱାର ଏବଂ ଜୟନ୍ତ ପାଟିଲଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏଥିରେ ସାମିଲ ନାହାନ୍ତି କି ଏଥିରେ ସାମିଲ ହେବାର ଅଧିକାର ତାଙ୍କର ନାହିଁ ବୋଲି ପାୱାର କହିଛନ୍ତି। ବଜେଟ୍‌ ପ୍ରସଙ୍ଗରେ ମଧ୍ୟ ପାୱାର ଟିପ୍ପଣୀ ଦେଇ କହିଛନ୍ତି ଯେ ୫୮ ବର୍ଷରେ ପ୍ରଥମ ଥର ପାଇଁ ମୁଁ ମୋ ପରିବାରର ବର୍ତ୍ତମାନ ସ୍ଥିତି ପାଇଁ ବଜେଟ୍‌ ଅଧିବେଶନରେ ଯୋଗ ଦେଇପାରିନି। ବଜେଟ୍‌ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

  

Tags: