FDAର ନୋଟିସ୍ ପରେ ଶାହରୁଖ ଖାନଙ୍କ ବୟାନ ଭାଇରାଲ !

FDAର ନୋଟିସ୍ ପରେ ଶାହରୁଖ ଖାନଙ୍କ ବୟାନ ଭାଇରାଲ !
Samaya Live News Picture
Published On

ବିମଳ ଇଲାଇଚି ବିଜ୍ଞାପନକୁ ନେଇ ଫସିଲେ ବଲିଉଡର ତିନି ବଡ଼ ଷ୍ଟାର! ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ୠଊଇର ନୋଟିସ ପରେ ଏବେ ଭାଇରାଲ ହେଉଛି ଶାହରୁଖଙ୍କ ଏକ ପୁରୁଣା ବୟାନ। ଯେଉଁଥିରେ ଶାହରୁଖ କହିଥିଲେ—ଯଦି କୌଣସି ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ହେବାକୁ କାହିଁକି ଦେଉଛନ୍ତି? ତେବେ ନିଜ ବୟାନ ପାଇଁ ଏବେ ଶାହରୁଖ ନିଜେ ଚର୍ଚ୍ଚାରେ କାହିଁକି? ଜାଣନ୍ତୁ ପୂରା ମାମଲା।
ବିମଳ ଇଲାଇଚି ବିଜ୍ଞାପନକୁ ନେଇ ବଲିଉଡର ତିନି ଜଣ ଚର୍ଚ୍ଚିତ ଅଭିନେତା—ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ ଜାରି ହୋଇଛି। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍, ଅର୍ଥାତ୍ ୠଊଇ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ୠଊଇର ଅଭିଯୋଗ ହେଉଛି, ବିମଳ ଇଲାଇଚିର ବିଜ୍ଞାପନ ମାଧ୍ୟମରେ ପରୋକ୍ଷ ଭାବେ ରାଜ୍ୟରେ ପ୍ରତିବନ୍ଧିତ ବିମଳ ପାନ ମସଲାର ପ୍ରଚାର କରାଯାଉଛି। ଏହି ମାମଲାରେ ତିନି ଅଭିନେତାଙ୍କୁ ନୋଟିସ ଦେଇ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ଘଟଣା ମଧ୍ୟରେ ଏବେ ଶାହରୁଖ ଖାନଙ୍କର ଏକ ପୁରୁଣା ବୟାନ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହେଉଛି।

କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ଶାହରୁଖଙ୍କୁ ପଚରାଯାଇଥିଲା—ସେଲିବ୍ରିଟିମାନେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରୁଥିବା ଉତ୍ପାଦର ବିଜ୍ଞାପନ କରିବା ଉଚିତ କି? ଏହାର ଉତ୍ତରରେ ଶାହରୁଖ କହିଥିଲେ, ଯଦି କୌଣସି ଉତ୍ପାଦ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ପାଇଁ ଅନୁମତି ଦେବା ଉଚିତ ନୁହେଁ। ସେ ଉଦାହରଣ ଦେଇ କହିଥିଲେ, ଯଦି ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ଏହାର ଉତ୍ପାଦନ ବନ୍ଦ କରାଯାଉ। ଯଦି ସଫ୍ଟ ଡ୍ରିଙ୍କ୍ସ ଖରାପ, ତେବେ ତାହାର ଉତ୍ପାଦନ ମଧ୍ୟ ବନ୍ଦ କରାଯାଉ। ତାଙ୍କ ଯୁକ୍ତି ଥିଲା, ସରକାର ଯଦି ଏହି ଉତ୍ପାଦଗୁଡ଼ିକୁ ବନ୍ଦ କରୁନାହାନ୍ତି, ତେବେ ଏଥିରୁ ସରକାରଙ୍କୁ ରାଜସ୍ୱ ମିଳୁଛି। ତେଣୁ କେବଳ ଏଭଳି ଉତ୍ପାଦର ବିଜ୍ଞାପନ କରୁଥିବା ଅଭିନେତାଙ୍କ ରୋଜଗାରକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

FDA ନୋଟିସରେ କଣ କୁହାଯାଇଛି?

FDA ପକ୍ଷରୁ ତିନି ଅଭିନେତାଙ୍କୁ ବିମଳ ଇଲାଇଚି ଏକ ସ୍ୱତନ୍ତ୍ର ଉତ୍ପାଦ କି ନୁହେଁ, ଏବଂ ଏହା ବଜାରରେ ସ୍ୱତନ୍ତ୍ର ଭାବେ ବିକ୍ରି ହେଉଛି କି ନାହିଁ—ସେନେଇ ପ୍ରମାଣ ଦେବାକୁ କୁହାଯାଇଛି। ଏହା ସହିତ, ଯେଉଁ ଟିଭି ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆରେ ଏହି ବିଜ୍ଞାପନ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଛି, ସେସବୁ ସମ୍ପର୍କିତ ତଥ୍ୟ ମଧ୍ୟ ମଗାଯାଇଛି। ନୋଟିସରେ ଅଭିନେତାମାନେ ଏବଂ ବ୍ରାଣ୍ଡ ମାଲିକଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ କିମ୍ବା ଆଇନଗତ ଚୁକ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ଏବେ ନଜର ରହିଛି, ୧୫ ଦିନ ମଧ୍ୟରେ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ ୠଊଇକୁ କଣ ଜବାବ ଦେଉଛନ୍ତି। ତେବେ ୠଊଇର ନୋଟିସ ପରେ ଶାହରୁଖଙ୍କ ଏହି ପୁରୁଣା ବୟାନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Tags: