NCRT ବହିରେ ଗୁରୁତର ତ୍ରୁଟି,ସୁପ୍ରିମକୋର୍ଟ ଖପ୍ପା
ନୂଆଦିଲ୍ଲୀ : ଏନସିଇଆରଟି ଉପରେ ସୁପ୍ରିମକୋର୍ଟ ଖପ୍ପା । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଗୁରୁତର ତ୍ରୁଟି । କେନ୍ଦ୍ର ଶିକ୍ଷା ସଚିବଙ୍କୁ କାରଣ ଦର୍ଶାଅ ନୋଟିସ । ବିବାଦୀୟ ଚାପ୍ଟର ହଟାଇଥିଲେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏନ୍ସିଇଆର୍ଟି ଏଥିରେ ବଡ଼ଧରଣର ସଂଶୋଧନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । NCERT ସଂସ୍ଥାର କ୍ଷମାକୁ ଗ୍ରହଣ କରାଯିବ ନାହିଁ ଏହି ଘଟଣା ପଛରେ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି । ଏନେଇ ବୁଧବାର ସୁପ୍ରିମକୋର୍ଟ ଏନସିଇଆରଟି ଉପରେ ବର୍ଷିଥିଲେ । ଏହାପରେ ବୁଧବାର ବିଳମ୍ବିତ ରାତିରେ NCERT ପକ୍ଷରୁ ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି ।
କାରଣ ଅଷ୍ଟମ ଶ୍ରେଣୀର ଏକ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ବନ୍ଧୀୟ ଏକ ଅଧ୍ୟାୟ ଥିଲା । ଯାହା କୋର୍ଟଙ୍କ ସମ୍ମାନହାନୀ କରୁଥିବା ପ୍ରଧାନ ବିଚାରପତି କହିଥିଲେ । ଏହାପରେ ସଂସ୍ଥା ବିବାଦୀୟ ଚାପ୍ଟରକୁ ହଟାଇଦେଇଛି । ତଥାପି ଏପରି ତ୍ରୁଟି ପାଇଁ ଅସନ୍ତୁଷ୍ଟ ଅଛନ୍ତି କୋର୍ଟ ।
ଏହି ମାମଲାରେ ଗୁରୁବାର ପ୍ରଧାନ ବିଚାରପତି କହିଛନ୍ତି ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ନ୍ୟାୟପାଳିକାକୁ ରକ୍ତାକ୍ତ କରାଯାଇଛି । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି । ଏନସିଆଇରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।
ମାମଲାରେ ପ୍ରଥମେ ତୁଷାର ମହେତା କହିଥିଲେ ଯେ, ଏବେ ସେହି ବିବାଦୀୟ ଚାପ୍ଟରକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ ଏପରି ତ୍ରୁଟି ହେବ ନାହିଁ । ଏଥିରେ ପ୍ରଧାନ ବିଚାରପତି ଖୁସି ହୋଇନଥିଲେ । ଏସବୁ ପରେ ତୁଷାର ମେହେତା କହିଥିଲେ ଯେ, ବଜାରରେ ୩୨ଟି ବହିକୁ ବିକ୍ରି ପାଇଁ ପଠାଯାଇଥିଲା । ଏହାକୁ ଫେରାଇ ଅଣାଯାଇଛି । ଅଧ୍ୟାୟକୁ ସମ୍ପୂର୍ଣ୍ଣ ଭାବେ ପୁଣି ପ୍ରକାଶ କରାଯିବ । ଅନ୍ୟଦିଗରେ ଏନସିଇଆରଟି ନିଜର ଭୁଲ ପାଇଁ କ୍ଷମା ମାଗିଛି । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନାହାଁନ୍ତି ।



