ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇଏଏସ ଅଫିସର ମ‌ହନ୍ତେଶ ବିଲଗିଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇଏଏସ ଅଫିସର ମ‌ହନ୍ତେଶ ବିଲଗିଙ୍କ ପରଲୋକ
Samaya Live Desk Picture
Published On

‌ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ଏବଂ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। କଲବୁର୍ଗି ଜିଲ୍ଲାର ଜେୱର୍ଗି ତାଲୁକ ସ୍ଥିତ ଗୌନାହଲ୍ଲୀ ନିକଟରେ ଏହି ଦୁର୍ଘଟଣା ହୋଇଛି। ଆଇଏଏସ୍‌ ଅଫିସର ମହନ୍ତେଶ ବିଲଗି ଏକ ଇନୋଭା କାର୍‌ରେ ବିଜୟପୁରାରୁ କଲବୁର୍ଗିକୂ ଏକ ବିବାହ ଉତ୍ସବକୁ ଯାଉଥିବାବେଳେ ବାଟ‌ରେ ଦୁର୍ଘଟଣାର ଶିକାର ହୋଇଥିଲେ। ମ‌ହନ୍ତେଶ କର୍ଣ୍ଣାଟକ ଷ୍ଟେଟ ମିନେରାଲ୍ସ କର୍ପୋରେସନ ଲିମିଟେଡରେ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଥିଲେ। ଏହା ପୂର୍ବରୁ ସେ ବିଇଏସ୍‌ସିଓଏମ୍‌ ( ବେଙ୍ଗାଲୁରୁ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନି ଲିମିଟେଡ୍‌)ର ପରିଚାଳନା ନିର୍ଦ୍ଦେଶକ ଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ମହନ୍ତେଶଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମହନ୍ତେଶଙ୍କ ବୟସ ୫୧। ତାଙ୍କ ସହ ଅନ୍ୟ ୨ ଜଣ ସମ୍ପର୍କୀୟ ଥିଲେ।