ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ୯ ଜଣ ନାଗରିକଙ୍କୁ ୟୁକ୍ରେନରୁ ନିଜ ଦେଶ ଫେରାଇ ଆଣିଥିବାରୁ ଭାରତୀୟ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଦୁଇ ସପ୍ତାହ ପୂର୍ବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ ଭାରତ ପାକିସ୍ଥାନ, ନେପାଳ ଏବଂ ଟ୍ୟୁନିସିଆ ସମେତ ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିଛି। ସୂତ୍ରରୁ ପ୍ରକାଶ ଯେ ଆସମା ଶାଫିକ୍ ନାମକ ଜଣେ ଝିଅକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ପରିବାର […]

Samaya Live Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ୯ ଜଣ ନାଗରିକଙ୍କୁ ୟୁକ୍ରେନରୁ ନିଜ ଦେଶ ଫେରାଇ ଆଣିଥିବାରୁ ଭାରତୀୟ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଦୁଇ ସପ୍ତାହ ପୂର୍ବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ ଭାରତ ପାକିସ୍ଥାନ, ନେପାଳ ଏବଂ ଟ୍ୟୁନିସିଆ ସମେତ ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିଛି। ସୂତ୍ରରୁ ପ୍ରକାଶ ଯେ ଆସମା ଶାଫିକ୍ ନାମକ ଜଣେ ଝିଅକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ପରିବାର ସହ ମିଶିବାକୁ ଯାଉଛନ୍ତି । ତେବେ ଏହି ବିପଦ ସମୟରେ ଅନ୍ୟ ରାଷ୍ଟ୍ର ତାଙ୍କର ସାହାଯ୍ୟ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ, ଅନ୍ୟ ଦେଶର କେତେକ ନାଗରିକଙ୍କ ବ୍ୟତୀତ ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ଗତ ମାସ ଶେଷ ସୁଦ୍ଧା ସ୍ଥାନାନ୍ତର କରି ବିମାନରେ ତାଙ୍କ ଘରକୁ ଫେରାଇ ନେଇଛି । ତେବେ ଭାରତ ନାଗରିକଙ୍କ ସ୍ଥାନାନ୍ତର ସମ୍ପର୍କରେ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ମୋଦୀ ଅନେକ ରାଉଣ୍ଡ ଉଚ୍ଚ ସ୍ତରୀୟ ଆଲୋଚନା କରିଛନ୍ତି। ସେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ଋଷର ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା କରି ବିବାଦ ଏବଂ ହିଂସାକୁ ବନ୍ଦ କରିବା ଏବଂ ସଂଳାପ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରିଛନ୍ତି । ତେବେ ଭାରତର ଏପରି ସାହାଯ୍ୟକାରୀ ମନୋଭାବକୁ ସବୁ ଦେଶ ସମ୍ମାନ ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି।