ଅଜିତଙ୍କ ମୃତ୍ୟୁ ପଛରେ ବିଜେପିର ବଡ଼ ହାତ : ସଞ୍ଜୟ ରାଉତ  

ଅଜିତଙ୍କ ମୃତ୍ୟୁ ପଛରେ ବିଜେପିର ବଡ଼ ହାତ : ସଞ୍ଜୟ ରାଉତ   

ମୁମ୍ବାଇ: ମହାରାଷ୍ଟ୍ର୍ରର ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଖବର ରାଜନୈତିକ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅଜିତଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠାଯାଉଛି। ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଷଡ଼ଯନ୍ତ୍ର ଭାବରେ ଦେଖାଯାଉଛି। ଶିବସେନା ୟୁବିଟି ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅଜିତ ପାୱାରଙ୍କ ମୃତ୍ୟୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ଅଜିତ ଦାଦାଙ୍କ ଦୁର୍ଘଟଣାକୁ ନେଇ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ। ଏପରି ହେବା ମଧ୍ୟ ଉଚିତ। ବିମାନ ଦୁର୍ଘଟଣାରେ କିପରି ମୃତ୍ୟୁ ହୋଇଥିଲା ଯେଉଁ ଅଭିଯୋଗ ଗୁଡ଼ିକ ଉଠୁଛି, ତାହାର ତଦନ୍ତ ହେବା ଉଚିତ। ମୁଁ ବିଶ୍ୱାସ କରୁଛି ‌ଯେ ଏହି ଘଟଣର  ପଛରେ କିଛି ରହସ୍ୟ ରହିଥିବା ପରି ମନେ ହେଉଛି।

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରଥମ ତାଲିକାରେ ନୀତିନ ନବୀନ, ରାହୁଲ ସିହ୍ନାଙ୍କ ସମେତ ୯ ଜଣ

ଅଜିତ ପାୱାରଙ୍କ ମୃତ୍ୟୁ ଏନସିପି ଭିତରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ସଞ୍ଜୟ ରାଉତ କହିଛନ୍ତି, ତାଙ୍କର ମୃତ୍ୟୁ ସନ୍ଦେହଜନକ। ପରଦା ପଛରେ କିଛି ଘଟିଥିବା ଭଳି ସନ୍ଦେହ ହେଉଛି। ଅଜିତ ଦାଦା କହିଥିଲେ ଯେ, ସେ ଘର ବାହୁଡ଼ିବାକୁ ଚାହାନ୍ତି। ଏହା ପରେ ବିଜେପି ସଦସ୍ୟମାନେ ତାଙ୍କୁ ଜଳସେଚନ ଦୁର୍ନୀତି ସହ ଜଡିତ ଫାଇଲ ନେଇ ଧମକ ଦେଇଥିଲେ। ଅଜିତଙ୍କୁ ମିଳିଥିବା ଧମକ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଅଜିତ ଫାଇଲଗୁଡ଼ିକ ଉପରେ ଜବାବ ଦେଇଥିଲେ। ତେବେ ଏହାର ୧୦ ଦିନ ମଧ୍ୟରେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର କରାଚୀରେ ଖେମିନି ସମର୍ଥକଙ୍କ ଉପରେ ଆମେରିକା ସେନାର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ

 

ସମ୍ବନ୍ଧିତ ଖବର ଖେମିନିଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖେମିନି ହେଲେ ସର୍ବୋଚ୍ଚ ନେତା

Tags: