ସମ୍ବିତ ପାତ୍ରଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌

ସମ୍ବିତ ପାତ୍ରଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌
Samaya Live Desk Picture
Published On

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପ୍ରବକ୍ତା ସମ୍ବିତ୍ ପାତ୍ରଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ରବିବାର ହ୍ୟାକ୍‌ ହୋଇଥିଲା।  ପାତ୍ରଙ୍କ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ସେହି ହ୍ବାଟ୍ସଆପ୍ ଆକାଉଣ୍ଟ ମାଧ୍ୟମରେ ଅନେକ ଲୋକଙ୍କୁ ଟଙ୍କା ମାଗିଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅନେକ ବିଶିଷ୍ଟ ଲୋକ ସମ୍ବିତ୍ ପାତ୍ରଙ୍କ ହ୍ବାଟ୍ସଆପ୍‌ ମେସେଜରୁ ସେମାନଙ୍କୁ ତୁରନ୍ତ ଟଙ୍କା ପଠାଇବାକୁ ପଠାଯାଇଥିବା ବାର୍ତ୍ତା ସେୟାର କରିଥିଲେ। ତେବେ ପରେ ସମ୍ବିତ୍ ‘ଏକ୍ସ’ରେ ପୋ‌ଷ୍ଟ କରି ଜଣାଇଥିଲେ ଯେ, ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି ଓ ହ୍ୟାକର୍ ଲୋକଙ୍କୁ ଟଙ୍କା ମାଗୁଛି। ଏହି ମେସେଜ୍‌ ଉପରେ ଧ୍ୟାନ ନ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହା ସବୁ ସାଇବର ଅପରାଧ ଓ ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଥିଲେ। ସେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ତାଙ୍କ ନମ୍ବର ପୁନଃସୁରକ୍ଷିତ ନହେବା ପର୍ଯ୍ୟନ୍ତ ଏଥିରୁ ମିଳୁଥିବା ବାର୍ତ୍ତାକୁ ବିଶ୍ବାସ ନ କରିବାକୁ ପାତ୍ର ଅନୁରୋଧ କରିଥିଲେ।  

Tags: