୧୯୮୪ ଶିଖ ବିରୋଧୀ ହିଂସା ମାମଲାରେ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ୍

୧୯୮୪ ଶିଖ ବିରୋଧୀ ହିଂସା ମାମଲାରେ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ୍
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୯୮୪ ଶିଖ୍‌ ବିରୋଧୀ ହିଂସା ସମୟରେ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ସେ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଶୁଣାଣି ସମୟରେ, ସଜ୍ଜନ କୁମାର ନିଜର ପକ୍ଷ ରଖି କହିଥିଲେ ଯେ,ସେ ନିର୍ଦ୍ଦୋଷ ଓ କେବେ ହିଂସାରେ ଅଂଶଗ୍ରହଣ କରି ନଥିଲେ। ସ୍ୱପ୍ନରେ ମଧ୍ୟ ସେ ଏଭଳି କରି ନଥିବା କହିଥିଲେ। ସଜ୍ଜନ କୁମାର କହିଛନ୍ତି, ମୋ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ। ଦୀର୍ଘ ଦିନ ପରେ, କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କ ଦୋଷମୁକ୍ତ ହେବା ବିଷୟରେ ସୂଚନା ପାଇ ସଜ୍ଜନ କୁମାର ହାତ ଯୋଡି କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଦିଓ ସଜ୍ଜନ କୁମାରଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଛି। ତେବେ ତାଙ୍କୁ ଜେଲ୍‌ରେ ରହିବାକୁ ପଡିବ। କାରଣ ତାଙ୍କୁ ପୂର୍ବରୁ ୧୯୮୪ ଦଙ୍ଗା ସହିତ ଜଡିତ ଅନ୍ୟ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଛି।

Tags: