ପଞ୍ଜାବରେ ପ୍ରମୁଖ ଆସ୍‌ଏସ୍‌ଏସ୍‌ ନେତାଙ୍କ ନାତିଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ପ୍ରମୁଖ ଆସ୍‌ଏସ୍‌ଏସ୍‌ ନେତାଙ୍କ ନାତିଙ୍କୁ ଗୁଳି କରି ହତ୍ୟା
Samaya Live Desk Picture
Published On

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ପ୍ରମୁଖ ଆରଏସଏସ ନେତା ଦିନନାଥଙ୍କ ନାତିଙ୍କୁ ଗୁଳି କରି ହତ୍ୟା କରାଯାଇଛି ତାଙ୍କ ନାଁ ନବୀନ ଆରୋରା। ବୟସ ୪୦ । ନବୀନ ଆରୋରାଙ୍କ ସ୍ବର୍ଗତ ଜେଜେବାପା ହେଉଛନ୍ତି ପ୍ରମୁଖ ଆର୍‌ଏସ୍‌ଏସ୍‌ ନେତା ଦିନନାଥ। ନବୀନଙ୍କ ବାପା ମଧ୍ୟ ଆରଏସଏସ ସଂଗଠନ ସହ ଜଡ଼ିତ। ରବିବାର ତାଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ନବୀନ ଆରୋରା ତାଙ୍କ ଦୋକାନ ଛାଡ଼ି ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିବାପାଇଁ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ନବୀନ ଆରୋରାଙ୍କ ବାପା ବଳଦେବ କହିଛନ୍ତି, ମୋ ପୁଅ ବାହାରକୁ ଯାଇଥିଲା ଏବଂ ସବୁଦିନ ପରି ନିଜ ପିଲାମାନଙ୍କ ସହ ସମୟ ଅତିବାହିତ ପାଇଁ ଘରକୁ ଫେରୁଥିଲା। ତେବେ କିଛି ଲୋକ ମତେ ଆସି କହିଲେ ଯେ କେହିଜଣେ ମୋ ପୁଅକୁ ଗୁଳି ମାରିଦେଇଛି। ଫିରୋଜପୁର ଏସ୍‌ଏସ୍‌ପି ଭୁପିନ୍ଦର ସିଂହ ସିଦ୍ଧୁ କହିଛନ୍ତି, ନବୀନ ତାଙ୍କ ଘରକୁ ଫେରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଉକ୍ତ ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍‌ ଗଠନ ହୋଇଛି ବୋଲି ଏସ୍‌ଏସ୍‌ପି କହିଛନ୍ତି।

Tags: