ଯୁଦ୍ଧ ଯୋଗୁଁ ଋଷ୍ରେ ଫସିଛି ଭାରତର କୋଟିରୁ ଅଧିକ ଟଙ୍କାର ଲାଭାଶଂ
ଦିଲ୍ଲୀ: ମେ ୨୮: ଋଷ୍ ଓ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ କେବଳ ସେହି ଦୁଇ ଦେଶ ଉପରେ ପଡ଼ୁନାହିଁ, ବରଂ ଅନ୍ୟ ଦେଶମାନଙ୍କ ଉପରେ ମଧ୍ୟ ବେଶ୍ ପଡ଼ିଛି । ଯୁଦ୍ଧ ପ୍ରଭାବରେ କେଉଁଠି ଖାଦ୍ୟାଭାବ ଦେଖାଗଲାଣି ତ’ ଆଉ କେଉଁ ଦେଶରେ ଅର୍ଥନୀତି ଦୁର୍ବଳ ହେବାକୁ ଲାଗିଲାଣି । ସେହିପରି ଭାବେ ଭାରତରେ ମଧ୍ୟ କିଛି ମାତ୍ରାରେ ଏହି ଯୁଦ୍ଧର ପ୍ରଭାବ ପଡ଼ିଛି । ଖବର ଅନୁସାରେ, ଯୁଦ୍ଧ ଯୋଗୁଁ ଋଷ୍ରେ ଭାରତର କୋଟି କୋଟି […]
ଦିଲ୍ଲୀ: ମେ ୨୮: ଋଷ୍ ଓ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ କେବଳ ସେହି ଦୁଇ ଦେଶ ଉପରେ ପଡ଼ୁନାହିଁ, ବରଂ ଅନ୍ୟ ଦେଶମାନଙ୍କ ଉପରେ ମଧ୍ୟ ବେଶ୍ ପଡ଼ିଛି । ଯୁଦ୍ଧ ପ୍ରଭାବରେ କେଉଁଠି ଖାଦ୍ୟାଭାବ ଦେଖାଗଲାଣି ତ’ ଆଉ କେଉଁ ଦେଶରେ ଅର୍ଥନୀତି ଦୁର୍ବଳ ହେବାକୁ ଲାଗିଲାଣି । ସେହିପରି ଭାବେ ଭାରତରେ ମଧ୍ୟ କିଛି ମାତ୍ରାରେ ଏହି ଯୁଦ୍ଧର ପ୍ରଭାବ ପଡ଼ିଛି । ଖବର ଅନୁସାରେ, ଯୁଦ୍ଧ ଯୋଗୁଁ ଋଷ୍ରେ ଭାରତର କୋଟି କୋଟି ଟଙ୍କା ଫସିଛି ।
ଆଜି ଓଏଲ ଇଣ୍ଡିଆ ଲିମିଟେଡର ଅର୍ଥନୀତି ନିର୍ଦ୍ଦେଶକ ହର୍ଷ ମାଧବଙ୍କ ସୂଚନା ଅନୁସାରେ, ଯୁଦ୍ଧ ଚାଳିଥିବା ଯୋଗୁଁ ଋଷ୍ର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେଉଛି । ଏଣୁ ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ବିଦେଶକୁ ଡଲାର ପୈଠ ଉପରେ କଟକଣା ଲଗାଛନ୍ତି । ଫଳରେ ଭାରତ ଟଙ୍କା ଋଷ୍ରେ ଫସିଛି ।
ସେ ଆହୁରି ମଧ୍ୟ କହିଛନ୍ତିି ଯେ, ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ ୮ ବିଲିୟନ ରୁବେଲ, ଅର୍ଥାତ ପ୍ରାୟ ଏକ ହଜାର କୋଟି ଟଙ୍କା ଋଷରେ ଫସି ରହିଛି । ଋଷର ୪ଟି ତେଲ ଓ ଗ୍ୟାସ କମ୍ପାନୀର ଅଂଶଧନ କିଣି ଭାରତୀୟ ତୈଳ କମ୍ପାନୀ ପୁଞ୍ଜି ନିବେଶ କରିଛି । ତେଣୁ ପ୍ରାକୃତିକ ଗ୍ୟାସ ଓ ତେଲ ବିକ୍ରିରୁ ହୋଇଥିବା ଲାଭକୁ ଅଂଶଧନକାରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥାଏ । କି;ୁ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତୀୟ ତୈଳ କମ୍ପାନୀ ବ୍ୟବସାୟରୁ ମିଳିଥିବା ଆୟ ପାଇପାରୁ ନାହାନ୍ତି । ତେବେ ଯୁଦ୍ଧ ପରେ ଫସିଥିବା ଟଙ୍କା ଫେରି ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।




