ଲାଲୁଙ୍କ ପରେ ତେଜସ୍ବୀଙ୍କ ହାତରେ ରହିବ ଦଳର କ୍ଷମତା  

ଲାଲୁଙ୍କ ପରେ ତେଜସ୍ବୀଙ୍କ ହାତରେ ରହିବ ଦଳର କ୍ଷମତା  
Samaya Live Desk Picture
Published On

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ବ ଆରଜେଡି ସୁପ୍ରିମ‌ୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ ବୋଲି କୁହାଯାଉଛି। ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ତେବେ ଆସନ୍ତା ୨୫ ତାରିଖରେ ତେଜସ୍ବୀଙ୍କ ନାମ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇପାରେ। ବିଦେଶ ଯାତ୍ରାରୁ ଫେରିବା ପରେ ତେଜସ୍ବୀ ସକ୍ରିୟ ଅଛନ୍ତି। ଦଳର ଆଗାମୀ ରଣନୀତି ତଥା ବିଧାନସଭାରେ ପରାଜୟର କାରଣ ସମୀକ୍ଷା କରାଯାଉଛି। ପାଟନାରେ ତେଜସ୍ବୀ ଯାଦବ ନିଜ ସରକାରୀ ବାସଭବନରେ କୋର୍‌ କମିଟି ଲୋକସଭା, ରାଜ୍ୟସଭା ସଦସ୍ୟଙ୍କ ସହିତ ବୈଠକ କରିଛନ୍ତି। 

 

ଆର୍‌ଜେଡିରେ ଲାଲୁଙ୍କ ପରେ ତେଜସ୍ବୀଙ୍କୁ ଦ୍ବିତୀୟ କ୍ଷମତାଶାଳୀ ନେତାଭାବେ ଗ୍ରହଣ କରାଯାଏ। ଦଳର ନୀତି ନିର୍ଦ୍ଧାରଣ ଠାରୁ ଯେକୌଣସି ବଡ଼ ନିଷ୍ପତ୍ତି ତେଜସ୍ବୀ ନେଇଥାନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲାଲୁ ତେଜସ୍ବୀଙ୍କୁ ଏହି କ୍ଷମତା ପ୍ରଦାନ କରିଥିଲେ। ବିଧାନସଭା ନିର୍ବାଚନ ବେଳେ କାହାକୁ ଦଳୀୟ ଟିକେଟ ମିଳିବ, କାହାର କଟିବ ସବୁ ନିଷ୍ପତ୍ତି ତେଜସ୍ବୀ ନେଉଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମିଳିବା ପରେ ତାଙ୍କ ପ୍ରଭାବ ଅଧିକ ବଢ଼ିଯିବ। ଆସନ୍ତା ୨୫ ତାରିଖରେ ଦଳର କାର୍ଯ୍ୟସମିତି ବୈଠକରେ ପାଟନାରେ ଡକାଯାଇଛି। ଏହି ବୈଠକରେ ତେଜସ୍ବୀଙ୍କୁ ବଡ଼ ପଦବି ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଉଥିବାବେଳେ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।  

Tags: