ଋିଷଭଙ୍କ ଅକୁହା କଥା ,କାହିଁକି ଛାଡିଲେ ରାଷ୍ଟ୍ରପତି ଭବନ?
ରାଷ୍ଟ୍ରପତି ଭବନ କାହିଁକି ଛାଡିଲେ ରିଷଭ? ଋିଷଭଙ୍କ ଆଗାମୀ ପଦକ୍ଷେପ କଣ ?ଜନସାଧାରଣଙ୍କୁ ଉତ୍ତର ଦେବେ କି ରିଷଭ?
ଋିଷଭ ସିଂ ଜଣେ ଏମିତି ବ୍ୟକ୍ତି ଯାହାଙ୍କୁ ଦେଶର କୋଣ ଅନୁକୋଣରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ରଷ୍ଟ୍ରପତିଙ୍କ ସାଙ୍ଗରେ ସବୁ ସମୟରେ ସବୁବେଳେ ପାଖେପାଖେ ରହୁଥିବା ରିଷଭ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଲେ । ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଋିଷଭଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ପାଖରେ ରହୁଥିବା ଏହି ବ୍ୟକ୍ତିଜଣଙ୍କ ହଠାତ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଦିନଥିଲା ରିଷଭ ସେନାରେ ଦେଶ ସେବା କରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ପରବର୍ତ୍ତୀ ସମୟରେ କାହିଁକି ରାଷ୍ଟ୍ରପତି ଭବନ ଛାଡିଲେ ।
ଋିଷଭ ଜଣେ ଦକ୍ଷ ସେନା ହିସାବରେ ପରିଚିତ ଥିଲେ । ଏବଂ ବର୍ଷ ୨୦୨୧ ରେ ଜାଟ ରେଜିମେଣ୍ଟରୁ ସମ୍ମାନିତ ହେବା ପରେ ତାଙ୍କୁ ଏକ ବଡ ଦାୟିତ୍ୱ ରାଷ୍ଟ୍ରପତି ଭବନରୁ ଆସିଥିଲା । ରାଷ୍ଟ୍ରପତି ଭବନରେ ସେ ଏଡିଜେ ଭାବେ ନିଜର ସମସ୍ତ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ । ସେ ରାଷ୍ଟ୍ରପତିଙ୍କ ପାଖେ ପାଖେ ସମସ୍ତ କାର୍ଯ୍ୟକ୍ରମରେ ନଜର ଆସୁଥିବାର ଦେଖାଯାଉଥିଲା । କେତେବେଳେ ବର୍ଷାରେ ଛତାଧରି ଠିଆ ହେବାତ ଆଉ କେତେବେଳେ ରାଷ୍ଟ୍ରପତିଙ୍କ ସହ ଗାଡିରେ ବସିବାର ଦୃଶ୍ୟ ଦେଖାଯାଉଥିଲା । ତାଙ୍କର ଏହ ନିଷ୍ଠାକୁ ଜନମତରେ ସମସ୍ତେ ପ୍ରଂଶସା କରୁଥିଲେ ।
କିନ୍ତୁ ହଠାତ ଏମିତି କଣ ଘଟିଲା ଯାହାଦ୍ୱାରା ସେ ପଦରୁ ଇସ୍ତଫା ଦେଲେ ଏବଂ ନିଜର ୟୁଟୁବ ଆକାଉଣ୍ଟ ଖୋଲି ସମସ୍ତ ତଥ୍ୟ ଜନସାଧାରଣମାନଙ୍କୁ ଅବଗତ କରାଉଛନ୍ତି । କିନ୍ତୁ ଏତେ ଫ୍ୟାନ ଫଲୋଇଙ୍ଗ ଥାଇ ସେନାରେ ନିଜର ଦକ୍ଷତାରେ ପାରଦର୍ଶିତା ଦେଖାଇବା ପରେ ରାଷ୍ଟ୍ରପତି ଭବନ ସହ ଘନିଷ୍ଠତା ତାଙ୍କୁ ତାଙ୍କ ଲୋକ ପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା ।




