ସମ୍ପତ୍ତି ପାଇଁ ପୂର୍ବତନ ବାୟୁସେନା ଅଧିକାରୀଙ୍କୁ ହତ୍ୟା

ସମ୍ପତ୍ତି ପାଇଁ ପୂର୍ବତନ ବାୟୁସେନା ଅଧିକାରୀଙ୍କୁ ହତ୍ୟା
Samaya Live Desk Picture
Published On

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ  ତାଙ୍କ ପୁଅମାନଙ୍କୁ ଘର ଖାଲି କରିବାକୁ କହିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ବାୟୁସେନା ଅଧିକାରୀ ତାଙ୍କ ସମ୍ପତ୍ତି ବିକ୍ରୟ କରିବାକୁ ପୁଅମାନଙ୍କୁ ଘର ଛାଡ଼ିବାକୁ କହିଥିଲେ।  ଏହାପରେ ପୁଅମାନେ ତାଙ୍କର ହତ୍ୟା  ଷଡଯନ୍ତ୍ର କରିଥିଲେ ଏବଂ ଜଣେ ଠିକା ହତ୍ୟାକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ହତ୍ୟାକାଣ୍ଡର ୫ ଦିନ ପ‌ରେ ପୁଲିସ ଏହି ହତ୍ୟା ମାମଲାରୁ  ପରଦା ଉଠାଇବାରେ ସଫଳ ହୋଇଥିଲା।  ମୃତ ବାୟୁସେନା ଅଧିକାରୀଙ୍କ ନାଁ ଯୋଗେଶ କୁମାର। ତାଙ୍କ ବୟସ ୫୮। ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ। ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ସେ ମୂଳ ବାସିନ୍ଦା। ଡିସେମ୍ବର ୨୬ ତାରିଖରେ ତାଙ୍କ ବାସଭବନକୁ ଫେରୁଥିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦୁଇଜଣ ବାଇକ୍ ଆରୋହୀ ଆକ୍ରମଣକାରୀ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ ଏବଂ ଏକ ଲୁହା ପାଇପ୍ ସାହାଯ୍ୟରେ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

   

Tags: