ପଶ୍ଚିମବଙ୍ଗର ୧୫ଟି ବୁଥ୍‌ରେ ଆସନ୍ତାକାଲି ପୁନଃ ମତଦାନ

ପଶ୍ଚିମବଙ୍ଗର ୧୫ଟି ବୁଥ୍‌ରେ ଆସନ୍ତାକାଲି ପୁନଃ ମତଦାନ
Samaya Live Desk Picture
Published On

କୋଲକାତା : ଇଭିଏମ୍ ଜାଲିଆତି ଅଭିଯୋଗ ପରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଡାଇମଣ୍ଡ ହାର୍ବର ଏବଂ ମଗ୍ରହାଟ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ଶନିବାର ପୁନଃ ମତଦାନ ଅନୁଷ୍ଠିତ ହେବ। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିର୍ବାଚନ କମିସନ ଶୁକ୍ରବାର ଦିନ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଡାଇମଣ୍ଡ ହାର୍ବର ଏବଂ ମଗ୍ରାହାଟ ପଶ୍ଚିମ ବିଧାନସଭା ଆସନର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଗ୍ରାହାଟ ପଶ୍ଚିମର ୧୧ଟି ବୁଥ୍‌ ଏବଂ ଡାଇମଣ୍ଡ ହାର୍ବରର ୪ଟି ବୁଥ୍‌ରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।  ଟିଏମ୍‌ସିର ଜାତୀୟ ସାଧାରଣ ସମ୍ପାଦକ ଅଭିଶେକ ବାନାର୍ଜୀଙ୍କ ଗଡ଼ ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନମଣ୍ଡଳୀର ଅଂଶବିଶେଷ ଫାଲଟାରେ ଟେପ୍‌ ବ୍ୟବହାର କରି ଇଭିଏମ୍‌ ବଟନ୍‌ରେ ଜାଲିଆତି କରାଯାଇଥିବା ବିଜେପି ଅଭିଯୋଗ କରିବାପରେ  ପୁନଃ ନିର୍ବାଚନ ପାଇଁ ଇସି ନିର୍ଦ୍ଦେଶ ଦେଇଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଜାଲିଆତି ହୋଇଥିବା ଅଭିଯୋଗ ହେବାପରେ ଇସି ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ଯେଉଁଠାରେ ପୁନଃ ନିର୍ବାଚନ ଆବଶ୍ୟକ  ସେଠାରେ  ପୁନଃ ନିର୍ବ‌ାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।   

 
 
Tags: