କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ରେଡି

ଆନ୍ଧ୍ରପ୍ରଦେଶ: ଅପ୍ରେଲ ୧୧: କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନୂଆ କ୍ୟାବିନେଟରେ ପଛୁଆ ବର୍ଗଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଏଥର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିତ୍ୱକୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନୂଆ କ୍ୟାବିନେଟରେ ବରିଷ୍ଠ, ଅଭିଜ୍ଞ ଏବଂ ଯୁବ ବର୍ଗଙ୍କୁ ସାମିଲ କରି ଏକ ସନ୍ତୁଳିତ ଶାସନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଜଗନ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ […]

Samaya Live Picture
Published On

ଆନ୍ଧ୍ରପ୍ରଦେଶ: ଅପ୍ରେଲ ୧୧: କ୍ୟାବିନେଟକୁ ସମ୍ପୂର୍ଣ ବଦଳିବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନୂଆ କ୍ୟାବିନେଟରେ ପଛୁଆ ବର୍ଗଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଏଥର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିତ୍ୱକୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନୂଆ କ୍ୟାବିନେଟରେ ବରିଷ୍ଠ, ଅଭିଜ୍ଞ ଏବଂ ଯୁବ ବର୍ଗଙ୍କୁ ସାମିଲ କରି ଏକ ସନ୍ତୁଳିତ ଶାସନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଜଗନ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖକୁ ୨୫ଜଣଙ୍କ ନାମ ପଠାଯାଇଛି ।ସେମାନଙ୍କ ମଧ୍ୟରୁ ୧୭ ଜଣ ଅନୁସୂଚିତ ଜାତି ଓ ଜନଜାତି , ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀର । ରାଜ୍ୟ ଗୃହମନ୍ତ୍ରୀ ଏମ ସୁଚରିତା ପଦ ଛାଡିବା ପରେ ଏବେବି ୧୧ ସହଯୋଗୀ କ୍ୟାବିନେଟ ପାହ୍ୟା ବଜାୟ ରଖିଛନ୍ତି । ୨୦୧୯ରେ ଜଗନ ଦେଇଥିବା ପ୍ରତିଶ୍ରୁତି ଆଧାରରେ ଏହି ସଂପ୍ରସାରଣ କରୁଛନ୍ତି । ନାଗରୀ ବିଧାୟକ ତଥା ସିନେ କଳାକାର ଆର. କେ ରୋଜା ନୂଆ କ୍ୟାବିନେଟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି । ଆରମ୍ଭରୁ ହିଁ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱକୁ ପ୍ରାଥମିକତା ଦେଇ ଅଆସିଛନ୍ତି ଜଗନ ସରକାର ।ଏହି ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନ ପ୍ରସ୍ତୁତିର ମୂଳଦୁଆ ପକାଇବା ଛନ୍ତି ଜଗନ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ମନ୍ତ୍ରିମଣ୍ଡଳରେ ଜଗନ ରେଡ୍ଡି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ଜଣ ମନ୍ତ୍ରୀଙ୍କୁ ସାମିଲ କରୁଥିବା କୁହାଯାଉଛି। ପୂର୍ବ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତ ଡିସେମ୍ବରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ଥିଲା ।ହେଲେ କୋଭିଡ୍ ପାଇଁ ଏହା ସ୍ଥଗିତ ଥିଲା। ତେବେ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ ।