ପ୍ରକାଶ ପାଇଲା ରାଜ୍ୟସଭା ବିଜ୍ଞପ୍ତି

ଭୁବନେଶ୍ୱର: ମଇ ୨୬: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍‌ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି […]

Samaya Live Picture
Published On

ଭୁବନେଶ୍ୱର: ମଇ ୨୬: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍‌ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି । ଆଉ ଏଥିପାଇଁ ସୁସ୍ମିତା ବାଗଚୀଙ୍କଠାରୁ ଆରମ୍ଭ କରି ଶ୍ରୀମୟୀ ମିଶ୍ର, ସୁଲତା ଦେଓ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଥିଲା । ସେପଟେ ଆଦିବାସୀ ଚେହେରା ଭାବେ ପ୍ରଦାପ ମାଝୀ ଓ ସନ୍ତୋଷ ଅମାତ ମଧ୍ୟ ଦୌଡ଼ରେ ଥିବା କୁହାଯାଉଛି । ଏବେ ବଡ଼ ପ୍ରଶ୍ନ ରହିଛି ଯେ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍‌? ସେପଟେ ସୁବାସ ସିଂଙ୍କ ସ୍ଥାନରେ ମଧ୍ୟ ଅନ୍ୟ ଜଣେ ରାଜ୍ୟସଭା ଯିବେ । ମୋଟ୍‌ ଉପରେ ଓଡ଼ିଶାରୁ ଏବେ ୪ ଜଣ, ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହେବେ । ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବ ବୋଲି କୁହାଯାଉଛି । ୪ ଆସନରୁ ଦୁଇଟି ସିଟ୍‌ ମହିଳାଙ୍କୁ ମିଳିପାରେ । ତାସହ ପାୱାରଫୁଲ୍‌ ଗୋଷ୍ଠୀ ସହ ଉତ୍ତମ ସଂପର୍କ ଥିବା ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି । ଏବେ ରାଜ୍ୟସଭାରେ ମମତା ମହାନ୍ତ ବିଜେଡିର ଏକମାତ୍ର ମହିଳା ସାଂସଦ ଅଛନ୍ତି । ଆଉ ଦୁଇଜଣଙ୍କୁ ପଠାଇଲେ ରାଜ୍ୟସଭାରେ ଓଡ଼ିଶା କୋଟାରୁ ୩୩ ପ୍ରତିଶତ ଆସନରେ ମହିଳା ରହିବେ ।