ରାଜୁ ଶ୍ରୀବାସ୍ତବଙ୍କ ପ୍ରଥମ କମେଡି ସୋ ର ରୋଜଗାର ଥିଲା ମାତ୍ର ୫୦ ଟଙ୍କା
ସମସ୍ତଙ୍କୁ କନ୍ଦାଇ ଅଫେରା ରାଇଜକୁ ଚାଲିଯାଇଛନ୍ତି ହସର ସୌଦାଗର ରାଜୁ ଶ୍ରୀବାସ୍ତବ I ଷ୍ଟାଣ୍ଡଅପ କମେଡିଆନ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ରାଜୁ I ଆଜି ମାତ୍ର ୫୮ ବୟସରେ ତାଙ୍କର ଦିଲ୍ଲୀ ଏମ୍ସ ହସ୍ପିଟାଲ ରେ ପରଲୋକ ହୋଇଯାଇଛି I କମେଡି ଦୁନିଆରେ ‘ଗଜୋଦ୍ଧର ଭୈୟା’ ନାମରେ ଖୁବ ଖ୍ୟାତି ଲାଭ କରିଥିଲେ I ରାଜୁ ଶ୍ରୀବାସ୍ତବ ଙ୍କ ଜୀବନଯାତ୍ରା ଥିଲା ଖୁବ ସଂଘର୍ଷ ପୂର୍ଣ୍ଣ I ସେ କାନପୁରର ଉନ୍ନାବରେ ୧୯୬୩ ଡିସେମ୍ବର ୨୫ […]
ସମସ୍ତଙ୍କୁ କନ୍ଦାଇ ଅଫେରା ରାଇଜକୁ ଚାଲିଯାଇଛନ୍ତି ହସର ସୌଦାଗର ରାଜୁ ଶ୍ରୀବାସ୍ତବ I ଷ୍ଟାଣ୍ଡଅପ କମେଡିଆନ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ରାଜୁ I ଆଜି ମାତ୍ର ୫୮ ବୟସରେ ତାଙ୍କର ଦିଲ୍ଲୀ ଏମ୍ସ ହସ୍ପିଟାଲ ରେ ପରଲୋକ ହୋଇଯାଇଛି I କମେଡି ଦୁନିଆରେ ‘ଗଜୋଦ୍ଧର ଭୈୟା’ ନାମରେ ଖୁବ ଖ୍ୟାତି ଲାଭ କରିଥିଲେ I
ରାଜୁ ଶ୍ରୀବାସ୍ତବ ଙ୍କ ଜୀବନଯାତ୍ରା ଥିଲା ଖୁବ ସଂଘର୍ଷ ପୂର୍ଣ୍ଣ I ସେ କାନପୁରର ଉନ୍ନାବରେ ୧୯୬୩ ଡିସେମ୍ବର ୨୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ମଧ୍ୟ ଜଣେ କବି ଥିଲେ । ରାଜୁଙ୍କର ୫ ଭାଇ ଓ ଜଣେ ଭଉଣୀ ଥିଲେ I ସେ ସ୍କୁଲ ରେ ପଢ଼ୁଥିବା ସମୟରୁ ମିମିକ୍ରି କରିଆସୁଥିଲେ I ସେ ଜଣେ କମେଡିଆନ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ଏଥିପାଇଁ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ I କାରଣ ତାଙ୍କ ପରିବାରର ସଦସ୍ୟ ମାନେ ସମସ୍ତେ ସରକାରୀ ଚାକିରିଆ ଥିଲେ I
୧୯୮୨ ମସିହାରୁ ଆରମ୍ଭ ହୋଇଥିଲା ରାଜୁ ଶ୍ରୀବାସ୍ତବଙ୍କ ସଂଘର୍ଷ । ରାଜୁ ମୁମ୍ବାଇ ଆସିବା ପଛରେ ତାଙ୍କ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମେଡି କରୁଥିବାରୁ ମା’ ସବୁବେଳେ ତାଙ୍କ ଉପରେ ଚିଡ଼ୁଥିଲେ। ତେଣୁ ସେ ମୁମ୍ବାଇ ଯାଇ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ବଲିଉଡରେ ତାଙ୍କର କେହି ଗଡ ଫାଦର ନ ଥିଲେ। ଘରୁ ଯାହା ଟଙ୍କା ପଠାଉଥିଲେ ସେଥିରେ ଚଳିବା ସମ୍ଭବ ନ ଥିଲା। ସେଥିପାଇଁ ସେ ଅଟୋ ଚଳାଉଥିଲେ। ପରେ ସେ ସେଠାରେ ଛୋଟ ଛୋଟ କମେଡି ସୋ ମଧ୍ୟ କରୁଥିଲେ। ପ୍ରଥମେ ପ୍ରଥମେ ତ ମାତ୍ର ୫୦ ଟଙ୍କାରେ ତାଙ୍କୁ ସୋ କରିବାକୁ ପଡ଼ୁଥିଲା ।
ପରେ ତାଙ୍କର ସମ୍ପର୍କ ଜନି ଲିବରଙ୍କ ସହ ହୋଇଥିଲା। ସେ ରାଜୁଙ୍କୁ ତାଙ୍କ ଘରେ ରହିବା ପାଇଁ କହିଥିଲେ। ଯଦିଓ ରାଜୁ କେବେ ତାଙ୍କ ଘରକୁ ଯାଇ ନ ଥିଲେ ତଥାପି ତାହା ତାଙ୍କ ପାଇଁ ଏକ ଆଶ୍ୱାସନା ଥିଲା। ରାଜୁଙ୍କ ପ୍ରଥମ ଶୋ ଥିଲା ଟି ଟାଇମ ମନୋରଞ୍ଜନ।
ସେହିଭଳି ରାଜୁ ଶ୍ରୀବାସ୍ତବ ପ୍ରଥମ ଥର ୧୯୮୯ ସଲମାନ ଖାଁ ଅଭିନୀତ ଫିଲ୍ମ ‘ମୈନେ ପ୍ୟାର କିୟା’ ରେ ଏକ ଛୋଟ ଭୂମିକା ଆରେ ନଜର ଆସିଥିଲେ I ଏହାପରେ ୧୯୯୩ରେ ଶାହରୁଖ ଖାଁ ଅଭିନୀତ ସିନେମା .’ବାଜିଗର’ ରେ ମଧ୍ୟ ଅଭିନୟ କରିଥିଲେ I ତେବେ ଦ ଗ୍ରେଟ ଇଣ୍ଡିଆ ଲାଫର ଚାଲେଞ୍ଜରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଗଲେ। ଦର୍ଶକ ତାଙ୍କୁ କମେଡି କିଙ୍ଗ ବୋଲି କହିଥିଲେ।




