ମୁକ୍ତି ପାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ଖୁସିରେ ମାଆଙ୍କୁ ଖୁଆଇଲେ ମିଠା
ଦିଲ୍ଲୀ: ମେ ୧୯: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିବଲନଙ୍କୁ ଆଜି ମୁକ୍ତି ମିଳିଛି । ଦୀର୍ଘ ୩୧ ବର୍ଷ ଜେଲରେ ରହିବାପରେ ଆଜି ସେ ଖୋଲା ଆକାଶ ତଳେ ନିଜ ଇଚ୍ଛା ମୁତାବକ ବଞ୍ଚିବାର ସୁଯୋଗ ପାଇଛନ୍ତି । ଧାରା ୧୪୨ ଅଧୀନରେ ଅତିରିକ୍ତ କ୍ଷମତା ପ୍ରୟୋଗ କରି ସେ ମୁକ୍ତି ପାଇଛନ୍ତି । ଏହାଛଡ଼ା, ଜେଲରେ ପେରାରିବଲନଙ୍କ ଉତ୍ତମ ବ୍ୟବହାର, ସ୍ୱାସ୍ଥ୍ୟାବସ୍ଥା, ଶିକ୍ଷାଗତ ଯୋଗ୍ୟତା( ଡିପ୍ଲୋମା […]
ଦିଲ୍ଲୀ: ମେ ୧୯: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିବଲନଙ୍କୁ ଆଜି ମୁକ୍ତି ମିଳିଛି । ଦୀର୍ଘ ୩୧ ବର୍ଷ ଜେଲରେ ରହିବାପରେ ଆଜି ସେ ଖୋଲା ଆକାଶ ତଳେ ନିଜ ଇଚ୍ଛା ମୁତାବକ ବଞ୍ଚିବାର ସୁଯୋଗ ପାଇଛନ୍ତି । ଧାରା ୧୪୨ ଅଧୀନରେ ଅତିରିକ୍ତ କ୍ଷମତା ପ୍ରୟୋଗ କରି ସେ ମୁକ୍ତି ପାଇଛନ୍ତି । ଏହାଛଡ଼ା, ଜେଲରେ ପେରାରିବଲନଙ୍କ ଉତ୍ତମ ବ୍ୟବହାର, ସ୍ୱାସ୍ଥ୍ୟାବସ୍ଥା, ଶିକ୍ଷାଗତ ଯୋଗ୍ୟତା( ଡିପ୍ଲୋମା ଇନ୍ ଇଲେଟ୍ରୋନିକ୍ସ ଆଣ୍ଡ କମୁ୍ୟନିକେସନ ଇଞ୍ଜିନେରିଂ) ଆଦିକୁ ବିଚାରକୁ ନେବାପରେ ସୁପ୍ରିମ୍ କୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜେଲରୁ ମୁକୁଳିବାପରେ ପେରାରିବଲନ ଖୁସି ହୋଇଯାଇଥିଲେ ଓ ଖୁସିରେ ତାଙ୍କ ମାଆଙ୍କୁ ମିଠା ଖୁଆଇଥିଲେ । ମାଆ ମଧ୍ୟ ପୁଅ ହାତରୁ ମିଠା ଖାଇ ଖୁସିରେ ଆତ୍ମହରା ହୋଇଯାଇଥିଲେ । ତାଙ୍କ ମାଆ ପୁଅର ମୁକ୍ତିକୁ ନେଇ କହିଛନ୍ତି ଯେ, ଏଥିପାଇଁ ବହୁତ ଲୋକ ସେମାନଙ୍କୁ ସହାୟତା କରିଛନ୍ତି । ତେବେ ପେରାରିବଲନକୁ ତା’ର ଭବିଷ୍ୟତ ଯୋଜନା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିବା ବେଳେ ସେ କୌଣସି ଉତ୍ତର ରଖିନଥିଲେ । ସୁପ୍ରିମ୍ କୋର୍ଟଙ୍କ ରାୟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ସ୍ୱାଗତ ଜଣାଇଛନ୍ତି ।
ପେରାରିବଲନକୁ ପୂର୍ବରୁ ମୃତ୍ୟୁଦଣ୍ଡ ମିଳିଥିଲା । କି;ୁ ପରେ ତାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ଦୀର୍ଘ ଦିନ ଧରି ପେରାରିବଲନ ଜେଲରେ ରହିଥିବା ବେଳେ ଡିସେମ୍ବର ୨୦୧୫ରୁ ତାଙ୍କର କ୍ଷମା ଆବେଦନ ପଡ଼ି ରହିଥିଲା ।
ଅନ୍ୟପକ୍ଷରେ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କଂଗ୍ରେସ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଆମେ ଗଭୀର ଭାବେ ମର୍ମାହତ । ଯଦି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ ଏବଂ ଆତଙ୍କବାଦୀକୁ ଏଭଳି ଭାବେ ଛାଡ଼ି ଦିଆଯାଉଛି, ତେବେ ଦେଶରେ ଆଇନର ଅଖଣ୍ଡତାକୁ କିଏ ସୁରକ୍ଷା ଦେବ ।




