ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେକୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂଗ୍ରେସ
ଜୟପୁର: ଜୁନ୍ ୦୨: ଜୁନ୍ ୧୦ ତାରିଖରେ ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟର ରାଜନୀତି ସେତେ ସରଗରମ ହୋଇଉଠୁଛି । ନିର୍ବାଚନରେ ବିଜୟ ହେବା ପାଇଁ ଦଳ ମଧ୍ୟରେ ଏବେ କସରତ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଜେପି ବିରୋଧୀ ଦଳର ବିଧାୟକମାନଙ୍କୁ ପ୍ରଲୋଭନ ଖୋଇବା ଖବର ଶୁଣିବାକୁ ମିଳୁଛି । ପ୍ରଲୋଭନରେ ପଡ଼ିବାର ଆଶଙ୍କାକରି ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲକୁ ସ୍ଥାନାନ୍ତର କରିବା ଲାଗି […]
ଜୟପୁର: ଜୁନ୍ ୦୨: ଜୁନ୍ ୧୦ ତାରିଖରେ ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟର ରାଜନୀତି ସେତେ ସରଗରମ ହୋଇଉଠୁଛି । ନିର୍ବାଚନରେ ବିଜୟ ହେବା ପାଇଁ ଦଳ ମଧ୍ୟରେ ଏବେ କସରତ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଜେପି ବିରୋଧୀ ଦଳର ବିଧାୟକମାନଙ୍କୁ ପ୍ରଲୋଭନ ଖୋଇବା ଖବର ଶୁଣିବାକୁ ମିଳୁଛି । ପ୍ରଲୋଭନରେ ପଡ଼ିବାର ଆଶଙ୍କାକରି ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲକୁ ସ୍ଥାନାନ୍ତର କରିବା ଲାଗି କଂଗ୍ରେସ ସ୍ଥିର କରିଥିବା କଥା ଦଳୀୟସୂତ୍ରରୁ ଜଣାପଡ଼ିଛି ।
ଏହା ଛଡ଼ା, ଶାସକ କଂଗ୍ରେସ ପାର୍ଟିକୁ ସମର୍ଥନ ଦେଇଥିବା ସ୍ୱାଧୀନ ଏବଂ ଅନ୍ୟ ଦଳର ବିଧାୟକମାନଙ୍କୁ ମଧ୍ୟ ଉଦୟପୁରସ୍ଥିତ ଉକ୍ତ ହୋଟେଲକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ଜୈସାଲମିର ସୂର୍ଯ୍ୟଗଡ଼ରେ ପ୍ରାୟ ୪୦ଟି କୋଠରି ବୁକ୍ କରିଥିବା ସୂଚନା ମିଳିଛି । ଏହାସହିତ ମଙ୍ଗଳବାର ଦିନ ଗେହଲଟ୍ ଏବଂ କଂଗ୍ରେସ ପ୍ରାର୍ଥୀମାନେ ରାଜସ୍ଥାନର ୧୩ଜଣ ସ୍ୱାଧୀନ ବିଧାୟକମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ନେଇ ବୈଠକ କରିଥିବା ସୂଚନା ମିଳିଥିଲା ।
ଦଳୀୟ ସୂଚନା ଅନୁସାରେ, ହରିୟାଣାର କଂଗ୍ରେସ ବିଧାୟକମାନଙ୍କୁ ମଧ୍ୟ ଜୟପୁର ନିଆଯିବ, ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ଜୁନ୍ ୧୦ ତାରିଖ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ୪ଟି ଆସନରୁ ରାଜ୍ୟ ବିଧାନସଭାରେ ୧୦୮ ବିଧାୟକ ଥିବା କଂଗ୍ରେସ ୨ଟି ଆସନରେ ବିଜୟ ହାସଲ କରିବ ।




