ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ: ରେଳବାଇର କ୍ଷତି ୨୫୯ କୋଟି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଓ ପୋଡ଼ାଜଳାରେ ଭାରତୀୟ ରେଲେୱ ବ୍ୟାପକ କ୍ଷତି ସହିଛି । ଏ ସମ୍ପର୍କରେ ରେଲେୱ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି । ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା । ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି । ଜୁନରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲେୱ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଓ ପୋଡ଼ାଜଳାରେ ଭାରତୀୟ ରେଲେୱ ବ୍ୟାପକ କ୍ଷତି ସହିଛି । ଏ ସମ୍ପର୍କରେ ରେଲେୱ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି । ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା । ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି ।

ଜୁନରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲେୱ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା ସଂସଦରେ ଲିଖିତ ଭାବେ ଅଶ୍ୱିନୀ ଉତ୍ତର ଦେଇଥିବା ଜଣାପଡ଼ିଛି । ତେବେ ଯେଉଁ ସବୁ ଟ୍ରେନ ବାତିଲ କରାଯାଇଥିଲା ତାହା ଚାଲୁ ହୋଇସାରିଥିବା ସେ କହିଛନ୍ତି ।

ଏକାଧିକ ଟ୍ରେନ୍‌ ବାତିଲ ଓ ପୋଡ଼ାଜଳା ଯୋଗୁ ଯୋଗୁ ଜୁନ୍‌ ୧୪ରୁ ୩୦ ମଧ୍ୟରେ କ୍ଷତି ହୋଇଥିବା ପ୍ରାୟ ୧୦୨.୯୬ କୋଟି ଟଙ୍କା ମଞ୍ଜୁର ହୋଇଛି । ଗତ ୩ ବର୍ଷ ଧରି ବିଭିନ୍ନ କାରଣରୁ ଆନ୍ଦୋଳନ ଯୋଗୁ ରେଲେୱ ବ୍ୟାପକ କ୍ଷତି ସହି ଆସୁଛି । ୨୦୧୯ରେ ୧୫୧ କୋଟି ଟଙ୍କା, ୨୦୨୦ରେ ୯୦୪ କୋଟି ଟଙ୍କା ଏବଂ ୨୦୨୧ରେ ୬୨ କୋଟି ଟଙ୍କାର ରେଲେୱ କ୍ଷତି ସହିଥିବା ସେ କହିଛନ୍ତି ।