ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଦ୍ୱିତୀୟ ଦିନ ପାଇଁ ଚାଲଛି ରେଡ

ନୂଆଦିଲ୍ଲୀ : ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ୨ୟ ଦିନ ପାଇଁ ଚାଲିଛି ଆଇଟି ରେଡ୍ । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ମିଳିଥିବା ସୂଚନା ମୁତାବକ ଆୟକର ବିଭାଗର ଏକ ବଡ଼ ଟିମ୍‌ ବିବିସି କାର୍ଯ୍ୟାଳୟରେ ରେଡ୍‌ କରିବା ସହ ଟିକସ ଫାଙ୍କିବା ନେଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିର କାର୍ଯ୍ୟାଳୟକୁ ସିଲ୍ କରାଯାଇଛି […]

Samaya Live Picture
Published On

ନୂଆଦିଲ୍ଲୀ : ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ୨ୟ ଦିନ ପାଇଁ ଚାଲିଛି ଆଇଟି ରେଡ୍ । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ମିଳିଥିବା ସୂଚନା ମୁତାବକ ଆୟକର ବିଭାଗର ଏକ ବଡ଼ ଟିମ୍‌ ବିବିସି କାର୍ଯ୍ୟାଳୟରେ ରେଡ୍‌ କରିବା ସହ ଟିକସ ଫାଙ୍କିବା ନେଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିର କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଛି। କର୍ମଚାରୀମାନଙ୍କୁ ଘରକୁ ଯିବାକୁ କୁହାଯାଇଛି। ଏହି ଚଢାଉ ସମ୍ପର୍କରେ ବିସିସିର ଲଣ୍ଡନ ମୁଖ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରସାରଣ ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା ।

ଟିକସ ଫାଙ୍କିବା ଅଭିଯୋଗରେ ମଙ୍ଗଳବାର (ଫେବୃଆରୀ ୧୪) ଦିନ ୧୧ଟା ୩୦ମିନିଟରୁ ଆରମ୍ଭ ହୋଇଥିବା ଚଢ଼ାଉ ଆଜି ମଧ୍ୟ ଚାଲିଥିବା ସୂଚନା ମିଳିଛି। ଆୟକର ବିଭାଗ ଟିମ୍ ର ୬୦ ରୁ ୭୦ ସଦସ୍ୟ ବିସିସିର ଦିଲ୍ଲୀ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିବିସି ସାମ୍ବାଦିକମାନଙ୍କ ମୋବାଇଲ ଫୋନ୍ ଓ ଲାପଟପ ଏବଂ ଅନେକ କାଗଜପତ୍ର ଜବତ କରାଯାଇଛି । ତଲାସି ଆରମ୍ଭ ହେବାର ଛଅଘଣ୍ଟା ପରେ ଏବଂ ସେମାନଙ୍କ ଲାପଟପ ଆଦି ସ୍କାନ କରାଯିବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । କତେକ କର୍ମଚାରୀ ଆଇଟି ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ଦେଖାଯାଇଥିଲା । ସାମାଜିକ ଗଣମାଧ୍ୟମରେ ଚଢ଼ଉ ଉପରେ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ପାଇଁ ବିବିସି ପକ୍ଷରୁ କର୍ମଚାରୀମାନଙ୍କୁ କୁହାଯିବା ସହ ଯେଉଁ କର୍ମଚାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ ସେମାନେ ବାହାରେ ରହିବା ପାଇଁ କୁହାଯାଇଥିଲା ।

ଆଇଟି ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏକ ସର୍ଭେ ଏବଂ ଏହି ସର୍ଭେ ପାଇଁ ଯେଉଁମାନଙ୍କ ଲାପଟପ ଓ ଫୋନ୍ ନିଆଯାଇଛି, ସେମାନଙ୍କୁ ତାହା ଫେରାଇ ଦିଆଯିବ । ବିବିସିର ଫାଇନାନ୍ସ ବିଭାଗକୁ ବାଲାନ୍ସ ସିଟ୍ ଓ ଆକାଉଣ୍ଟର ହିସାବ ଦେବା ପାଇଁ କୁହାଯାଇଛି । ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୋଦୀ ସରକାରକୁ ନିନ୍ଦା କରାଯାଇଛି ।

ସୂଚନାନୁସାରେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୦୦୨ ଗୁଜୁରାଟ ଦଙ୍ଗାରେ ତାଙ୍କ ଭୂମିକା ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ‘ଇଣ୍ଡିଆ: ଦ ମୋଦୀ କ୍ବଶ୍ଚିନ୍’ ଶୀର୍ଷକ ଏକ ଦୁଇ ଭାଗ ବିଶିଷ୍ଟ ବୃତ୍ତଚିତ୍ର ରିଲିଜ୍ ହେବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୃତ୍ତଚିତ୍ର ରିଲିଜ୍ ପରେ, କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ, ୨୦୨୧ ଅନୁଯାୟୀ ଏହାର ଲିଙ୍କ୍ ଅପସାରଣ କରିବାକୁ ୟୁଟ୍ୟୁବ୍ ଏବଂ ଟ୍ୱିଟରକୁ ନିର୍ଦ୍ଦେଶ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।