ଆସାମ ମୁଖ୍ୟମନ୍ତ୍ରୀ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ: ରାହୁଲ
ଗୌହାଟୀ : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକିଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ବିଶ୍ବନାଥଠାରେ ଏକ ଜନସଭାକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଚାର ବେଳେ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟର ସମ୍ବଳକୁ ବ୍ୟକ୍ତିଗତ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଆସାମ ସରକାର ରାଜ୍ୟର ସାର୍ବଜନୀନ ଜମିକୁ ଅଦାନୀ, ଅମ୍ବାନୀ ଓ ବାବା ରାମଦେବଙ୍କ ହାତକୁ ଟେକି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ପରି ବିଜେପି ନେତୃବୃନ୍ଦ ଆସାମକୁ ସେମାନଙ୍କ ବ୍ୟକ୍ତିଗତ ଏଟିଏମ୍ରେ ପରିଣତ କରିଛନ୍ତି। ରାହୁଲ ଦିଂବଗତ ଆସାମର ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇ କହିଥିଲେ ଯେ, ଜୁବିନଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କର ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟ ସହିତ ସମ୍ପର୍କ ରହିଛି। ରାହୁଲ ମଧ୍ୟ କହିଛନ୍ତି ହିମନ୍ତ ବିଶ୍ବଶର୍ମା ୨୪ ଘଣ୍ଟା ଏଣୁତେଣୁ କଥା କହୁଛନ୍ତି। ଜୁବିନ ଗର୍ଗ ତାଙ୍କର ସମସ୍ତ ଜୀବନ ଆସାମ ପାଇଁ ସମର୍ପିତ କରିଥିଲେ, କିନ୍ତୁ ସେ କାହା ସହିତ ଖରାପ ବ୍ୟବହାର କରୁନଥିଲେ। ଆସାମର କୌଣସି ପ୍ରମୁଖ ନେତା ଏମିତି ଘୃଣା ରାଜନୀତି କରୁନଥିଲେ ବୋଲି ସେ କହିଛନ୍ତି।



