ଭିବି ଜି ରାମ ଜି ବିଲ୍କୁ ‘ଗ୍ରାମ ବିରୋଧୀ’ କହି ସମାଲୋଚନା କଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଭିବି ଜି ରାମ ଜି ବିଲ୍କୁ ‘ଗ୍ରାମ ବିରୋଧୀ’ ଏବଂ ‘ ରାଷ୍ଟ୍ର ବିରୋଧୀ’ କହି ସମାଲୋଚନା କରିଛନ୍ତି। ମୋଦୀ ସରକାର ଗୋଟିଏ ଦିନରେ ୨ ଦଶନ୍ଧିର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ)କୁ ଧ୍ବଂସ କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଗାନ୍ଧୀ କହିଛନ୍ତି, ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ୍ (ଗ୍ରାମୀଣ) ବିଲ୍ ମନରେଗାର ସଂସ୍କାର ନୁହେଁ ବରଂ ଏହାର ମୂଳ ନୀତିର ଏକ ମୌଳିକ ଦୁର୍ବଳତା। ଏହା ଗାଁ ବିରୋଧୀ ଏବଂ ରାଷ୍ଟ୍ର ବିରୋଧୀ। ରାହୁଲ ଗାନ୍ଧୀ କହିଛନ୍ତି, ମନରେଗା ଗ୍ରାମୀଣ ଶ୍ରମିକଙ୍କୁ ବାର୍ଗେନିଂ କରିବାର କ୍ଷମତା ଦେଇଥିଲା। ପାରିଶ୍ରମିକ ବଢ଼ିଥିଲା ଏବଂ କାମ କରିବାର ସ୍ଥିତି ମଧ୍ୟ ସୁଧୁରିଥିଲା। ଏସବୁ ସହିତ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ଏବଂ ପୁନରୁଦ୍ଧାର କରାଗଲା। କିନ୍ତୁ ସରକାର ଏହାକୁ ଭାଙ୍ଗି ଦେବାକୁ ଚାହିଛନ୍ତି। ରାହୁଲ କହିଛନ୍ତି, କାମକୁ ସୀମିତ କରି ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଅଧିକ ଉପାୟ ସୃଷ୍ଟି କରି ଗ୍ରାମୀଣ ଗରିବଙ୍କ ପାଖରେ ଥିବା ଏକମାତ୍ର ଉପକରଣକୁ ଭିବି ଜି ରାମ ଜି ବିଲ୍ ଦୁର୍ବଳ କରୁଛି। ରାହୁଲ ଦାବି କରିଛନ୍ତି କରୋନା ସମୟରେ ଆମେ ମନରେଗା କ’ଣ ଦେଖିଲେ। ଯେତେବେଳେ ଅର୍ଥନୀତି ବନ୍ଦ ହୋଇଗଲା ଏବଂ ଜୀବିକା ଭୂଶୁଡ଼ି ପଡ଼ିଲା ଏହା କୋଟିକୋଟି ଲୋକଙ୍କୁ କ୍ଷୁଧା ଏବଂ ଋଣ କବଳରୁ ମୁକ୍ତ କରିଥିଲା ବୋଲି ରାହୁଲ କହିଛନ୍ତି।




