ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ କେରଳ ଗସ୍ତ ବାତିଲ କଲେ ରାହୁଲ  

ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ କେରଳ ଗସ୍ତ ବାତିଲ କଲେ ରାହୁଲ  
Samaya Live Desk Picture
Published On

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା’ ସୋନିଆଙ୍କ ସ୍ବାସ୍ଥ୍ୟଗତ କାରଣ ପାଇଁ ଆଜି ତାଙ୍କର କେରଳ ଗସ୍ତ ବାତିଲ କରିଛନ୍ତି । ରାହୁଲ ଆଜି କୋଝିକୋଡରେ ଏକ ବଡ଼ ରାଲି କରିବା ସହ କେରଳରେ  ନିର୍ବାଚନ ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାହୁଲ ମା’ଙ୍କ ସ୍ବାସ୍ଥ୍ୟଗତ କାରଣ ପାଇଁ କେରଳ ଗସ୍ତ ବାତିଲ କରିଛନ୍ତି। ତେବେ ରାହୁଲଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ କୋଝିକୋଡ଼ ଗସ୍ତ କରିବେ।  ଉଲ୍ଲେଖଯୋଗ୍ୟ ଯେ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯିବାର ଗୋଟିଏ ଦିନପରେ ରାହୁଲ ତାଙ୍କ ଗସ୍ତ ବାତିଲ କରିଛନ୍ତି। ପାଗ ପରିବର୍ତ୍ତନ ଯୋଗୁ ସୋନିଆ ଗାନ୍ଧୀ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ  ଜାନୁଆରି ମାସରେ ମଧ୍ୟ ରାଜ୍ୟସଭା ସାଂସଦଙ୍କୁ ଶ୍ୱାସକ୍ରିୟା ସମସ୍ୟା ଅନୁଭବ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପାଇଁ ଥଣ୍ଡା ପାଗ ଏବଂ ଦିଲ୍ଲୀର ପ୍ରଦୂଷଣ ସ୍ତରର ମିଳିତ ପ୍ରଭାବକୁ ଦାୟୀ କରିଥିଲେ। କଂଗ୍ରେସ ସାଂସଦ ବ୍ରୋଙ୍କିଆଲ୍ ଆଜ୍ମାରେ ପୀଡିତ ଥିବା ଜଣାପଡ଼ିଛି, ଯାହା ସେତେବେଳେ ସାମାନ୍ୟ ଭାବରେ ବଢ଼ିଯାଇଥିଲା।

   

Tags: