ସବୁଠୁ ନିଆରା ପୁତିନଙ୍କ ଜୀବନଶୈଳୀ

ସବୁଠୁ ନିଆରା ପୁତିନଙ୍କ ଜୀବନଶୈଳୀ

ନୂଆଦିଲ୍ଲୀ : ଭାରତରୁ ଦୁଇ ଦିନିଆ ଗସ୍ତ ଶେଷ କରି ଋଷ ଫେରିଗଲେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । କିନ୍ତୁ ଛାଡିଗଲେ ଅନେକ ସ୍ମୃତି । ପୁତିନଙ୍କ ଜୀବନଶୈଳୀ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଋଷ ରାଷ୍ଟ୍ରପତି ପୁତିନ ଆକାଶ ମାର୍ଗରୁ ସ୍ଥଳଭାଗ ପର୍ଯ୍ୟନ୍ତ ସବୁବେଳେ ସୁରକ୍ଷା ଘେରରେ ରହିଥାନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେ ପାଦରୁ ମୁଣ୍ଡ ଯାଏଁ ଏକ ଭିନ୍ନ ସୁରକ୍ଷା ବଳୟରେ ଘୋଡାଇ ହୋଇ ରୁହନ୍ତି ଯାହା ତାଙ୍କୁ ସୁରକ୍ଷା ଦେଇଥାଏ । ଏମିତିରେ କହିବାକୁ ଗଲେ ପୁତିନଙ୍କ ସୁରକ୍ଷା କେମିତି କରାଯାଏ ଏବଂ ତାଙ୍କର କଣ ପ୍ରୋଟୋକଲ ରହିଛି ତାହା କେହି ଜାଣନ୍ତିନି । କିନ୍ତୁ କିଛି ପୂର୍ବ ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ସିଏ ଏକ ଖାସ୍ ଡ୍ରେସ୍ ପିନ୍ଧନ୍ତି ଯାହା ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥାଏ । ପୁତିନଙ୍କୁ ସର୍ବଦା ଓଭର କୋର୍ଟ ବା ସୁଟ୍ ରେ ଦେଖାଯାଏ । ଏମିତି କୁହାଯାଏ କି ସେହି ଖାସ୍ ଡିଜାଇନ ଡ୍ରେସ୍ ରେ ବୁଲେଟ୍ ପ୍ରୁଫ ଜାକେଟ୍ ଥାଏ । ଯାହା ବହୁତ ଶସକ୍ତ, ହାଲୁକା ଓ ତାପ ପ୍ରତିରୋଧକ କୃତ୍ରିମ ସୁରକ୍ଷିତ I ତାହାକୁ ବୁଲେଟ୍ ପ୍ରୁଫ ଜାକେଟ ମଧ୍ୟ କୁହାଯାଏ । ଯାହା ରାଇଫଲରୁ ବାହାରିଥିବା ଗୁଳିକୁ ମଧ୍ୟ ରୋକିଥାଏ । ପୁତିନ ଏକ ସ୍ୱତନ୍ତ୍ର କ୍ୟାପ୍ ପିନ୍ଧନ୍ତି ଯାହା ବହୁ ସ୍ତରୀୟ ନାଇଲନ୍ ବା ଉଚ୍ଚ ଘନତା ସାମଗ୍ରୀ ଦ୍ୱାରା ତିଆରି ହୋଇଥାଏ ଯାହା ତାଙ୍କ ମୁଣ୍ଡକୁ ସୁରକ୍ଷା ଦେଇଥାଏ । ଏହାକୁ ଛାଡିଦେଲେ ଆହୁରି ଅନେକ ଉପକରଣ ସେ ବ୍ୟବହାର କରନ୍ତି । କାନରେ ଅଦୃଶ୍ୟ ଯୋଗାଯୋଗ ଉପକରଣ, ହାତରେ ଉଚ୍ଚ ପ୍ରଯୁକ୍ତିକ ଟେଷ୍ଟ ଘଡି, ସୁରକ୍ଷା ବୈଶିଷ୍ଟ୍ୟହୀନ ଜୋତା । ଏମିତି ଏକ ସୁରକ୍ଷା ବଳୟ ରହିଛି ଯାହା ଅଭେଦ ସୁରକ୍ଷା କବଚ ତିଆରି କରିଥାଏ । ଯାହା ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ପୁତିନଙ୍କୁ ସୁରକ୍ଷା କରିଥାଏ । ପୁତିନଙ୍କ ସମସ୍ତ ଜିନିଷ ଖାସ୍ ହେଇଥାଏ । ସେଥିମଧ୍ୟରୁ ପ୍ରାଇଭେଟ୍ ଟ୍ରେନ୍ ଯାହାର ସୁରକ୍ଷାଠୁ ଆରମ୍ଭ କରି ବ୍ୟବହାରକାରୀ ଜିନିଷ ଉଚ୍ଚ ପ୍ରଯୁକ୍ତିକ ହୋଇଥାଏ । ଏଥିରେ ୨୨ଟି ଡବା ରହିଛି ଯାହାର ନାମ ଘୋଷ୍ଟ ଟ୍ରେନ ରହିଛି । କାରଣ ଏହା ଏକ ଗୁପ୍ତ ଟ୍ରେନ୍ ଜାହାକୁ ସାର୍ବଜନିକ ଭାବେ ଟ୍ରାକ୍ କରାଯାଇପାରିବନାହିଁ । ଏହାକୁ ପୁତିନଙ୍କ ଜ୍ଞାନ କୌଶଳ ଦ୍ୱାରା ଡିଜାଇନ କରାଯାଇଛି । କାରଣ ଏଥିରେ ଜିମ୍ ଏବଂ ସ୍ପା ମଧ୍ୟ ରହିଛି । ଏଥିରେ ପୁରା ସୌନ୍ଦର୍ଯ୍ୟ ଚିକିତ୍ସା ବିଜ୍ଞାନର ସେଣ୍ଟ୍ରାଲ ବନାଯାଇଛି ଯେଉଁଥିରେ କିଛି ଲାଟେଷ୍ଟ ବ୍ୟୁଟି ଇକ୍ୟୁପମେଣ୍ଟ ରଖାଯାଇଥାଏ   । 

Read More ୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ

୭୨ ବର୍ଷ ବୟସରେ ପୁତିନଙ୍କ ଫିଟନେସର କାରଣ ତାଙ୍କର ଖାଇବା ପିଇବା । ତାଙ୍କ ପାଇଁ ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ । ପୁତିନ ବ୍ରେକଫାଷ୍ଟରେ ଖିରା, ବଟେରା ଅଣ୍ଡା  ଆମଲେଟ୍, ହାଲୁକା ଚିଜ୍ ଏବଂ ତାଜା ପୋଷକ ଫଳ ଜୁସ୍ ନେବାକୁ ପସନ୍ଦ କରନ୍ତି । ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନରେ ଫ୍ରେଶ୍ ସାଲାଡ, ତରକାରୀ ଏବଂ ଦଲିଆ ନେବା ପସନ୍ଦ କରୁଥିବାବେଳେ ପିସ୍ତା ଆଇସିକ୍ରିମ୍ ତାଙ୍କ ମନପସନ୍ଦର ମିଠା ଖାଦ୍ୟ । ତାଙ୍କର ବ୍ରେକ୍ ଫାଷ୍ଟ୍ ହାଲକା କିନ୍ତୁ ପୁଷ୍ଟିକର । ଏହା ହେଉଛି ତାଙ୍କ ଦିନମାନଭିତରେ ଡାଏଟର ଏକ ଅଂଶ ଏବଂ ନିୟମିତ ବ୍ୟାୟାମ ତାଙ୍କ ଫିଟନେଶର ଅସଲି ରାଜ୍ । 

Read More ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

ରାଜନୀତି ସହ ସେ ନିଜ ଫିଟନେସ ଉପରେ ମଧ୍ୟ ନଜର ରଖନ୍ତି । ଫିଟନେସରେ କଣ୍ଟ୍ରୋଲ ରଖିବା ହିଁ  ତାଙ୍କ ଅସଲି ତାକତ । ଦୁନିଆ ମୋବାଇଲରେ ବଞ୍ଚୁଛି କିନ୍ତୁ ଋଷର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭ୍ଲାଦିମିର ପୁତିନଙ୍କ ପାଖେ ସ୍ମାର୍ଟ ଫୋନ୍ ନାହିଁ । ସେ ଫୋନର ବ୍ୟବହାର କରନ୍ତି ନାହିଁ । ଏହାର କାରଣ କଣ ଆସନ୍ତୁ ଜାଣିବା? ପୁତିନଙ୍କୁ କୌଣସି ଶତ୍ରୁର ଡର ନାହିଁ ଡର ଅଛି ଫୋନ ଗୁପ୍ତଚରମାନଙ୍କର । ସ୍ମାର୍ଟ ଫୋନରୁ ଲୋକେଶନ ଟ୍ରାପ୍, ଡାର୍କ କଲ୍ ଇଣ୍ଟରସେପ୍ଟ, ଡାଟା ହ୍ୟାକ୍ କରିବା ସାମାନ୍ୟ ଏହା ହେଉଛି ତାଙ୍କର ସବୁଠୁ ବଡ ଚିନ୍ତା । ପୁତିନ ତାଙ୍କ ଫୋଟୋ, ମୁଭମେଣ୍ଟ, ଏବଂ ଲୋକେସନ ସମସ୍ତଙ୍କଠୁ ଲୁଚେଇ ରଖିବାକୁ ଚାହାନ୍ତି । ସ୍ମାର୍ଟ ଫୋନ ବ୍ୟବହାର କଲେ ପ୍ରାଇଭେସି ଉପରେ ବିପଦ ଆସିପାରେ ।

Read More ରେପୋ ହ୍ରାସ କଲା ଆରବିଆଇ

 

Tags: