ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜିବ ଆରୋରା ଗିରଫ
ଅମୃତସର : ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଏବଂ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୀବ ଆରୋରା ଆଜି ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ଶନିବାର ସକାଳେ ଚଣ୍ଡିଗଡ଼ରେ ତାଙ୍କ ସରକାରୀ ବାସଭବନରେ ଚଢାଉ କରିଥିଲା। ଇଡି ଦଳ କିଛି ଘଣ୍ଟା ଧରି ମନ୍ତ୍ରୀଙ୍କୁ ପଚରାଉଚରା କରିବାପରେ ତାଙ୍କୁ ଗିରଫ କରିଛନ୍ତି। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ଆମ୍ ଆଦ୍ମୀ ପାର୍ଟି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ରାଜନୈତିକ ଚାପ ପ୍ରୟୋଗ କରି ଏଭଳି ଗିରଫ ଏବଂ ଚଢ଼ଉ କରିଛନ୍ତି। ସୂତ୍ର ଅନୁଯାୟୀ, ଇଡିର କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ, ଫେମା ଉଲ୍ଲଂଘନ, ଜମି ସମ୍ବନ୍ଧୀୟ ମାମଲା ଏବଂ ସନ୍ଦେହଜନକ ଆର୍ଥିକ କାରବାରର ତଦନ୍ତ ସହିତ ଜଡିତ। ଏନେଇ ଲୁଧିଆନା, ଜଳନ୍ଧର ଏବଂ ଗୁରୁଗ୍ରାମ ସମେତ ଅନେକ ସହରରେ ମଧ୍ୟ ଚଢାଉ କରାଯାଇଛି। ତଦନ୍ତରେ ସଞ୍ଜୀବ ଆରୋରାଙ୍କ ପରିବାର ଏବଂ ତାଙ୍କ କମ୍ପାନି ସହିତ ଜଡିତ କିଛି କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି। ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଗିରଫଦାରୀ ପରେ, ଆମ୍ ଆଦ୍ମୀ ପାର୍ଟି ଏହାର କଡ଼ା ସମାଲୋଚନା କରିଛି।




