ଲାଇନଚ୍ୟୁତ ହେଲା ପୁଡୁଚେରୀ ଏକ୍ସପ୍ରେସ୍‌

ମୁମ୍ବାଇ: ଅପ୍ରେଲ ୧୬: ମୁମ୍ବାଇରୁ ପୁଡୁଚେରୀ ଯାଉଥିବାବେଳେ ଘଟିଛି ଏପରି ଘଟଣା। ମହାରାଷ୍ଟ୍ରର ମାତୁଙ୍ଗା ଓ ଦାଦର ମଝିରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।ଦାଦର ଷ୍ଟେସନ ଛାଡ଼ିବା ପରେ ମାତୁଙ୍ଗା ଷ୍ଟେସନ ପୂର୍ବରୁ କ୍ରସିଂ ଟ୍ରାକରେ ୨ ଟ୍ରେନ ମଧ୍ୟରେ ସାମାନ୍ୟ ଧକ୍କା ଯୋଗୁଁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।ଘଟଣାସ୍ଥଳରେ ରେଲେୱର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

Samaya Live Picture
Published On

ମୁମ୍ବାଇ: ଅପ୍ରେଲ ୧୬: ମୁମ୍ବାଇରୁ ପୁଡୁଚେରୀ ଯାଉଥିବାବେଳେ ଘଟିଛି ଏପରି ଘଟଣା। ମହାରାଷ୍ଟ୍ରର ମାତୁଙ୍ଗା ଓ ଦାଦର ମଝିରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।ଦାଦର ଷ୍ଟେସନ ଛାଡ଼ିବା ପରେ ମାତୁଙ୍ଗା ଷ୍ଟେସନ ପୂର୍ବରୁ କ୍ରସିଂ ଟ୍ରାକରେ ୨ ଟ୍ରେନ ମଧ୍ୟରେ ସାମାନ୍ୟ ଧକ୍କା ଯୋଗୁଁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।ଘଟଣାସ୍ଥଳରେ ରେଲେୱର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଲାଇନ ଉପରେ ଯାଇଥିବା ଇଲେକ୍ଟ୍ରିକ ତାର ଖସିଯିବା କାରଣରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇପାରିନାହିଁ । ତେବେ ମଧ୍ୟାହ୍ନ ସୁଦ୍ଧା ଏହି ତାର ସମସ୍ୟାର ସମାଧାନ କରାଯିବା ନେଇ କୁହାଯାଉଛି । ଏହା ପରେ ଯାଇ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ଦିଆଯାଇଛି ।