ଦୀପୁ ଦାସଙ୍କୁ ପିଟିପିଟି ହତ୍ୟା ଘଟଣାରେ ବାଂଲାଦେଶ ମିସନ୍‌ ବାହାରେ ଭିଏଚ୍‌ପିର ତୀବ୍ର ଆନ୍ଦୋଳନ

ଦୀପୁ ଦାସଙ୍କୁ ପିଟିପିଟି ହତ୍ୟା ଘଟଣାରେ ବାଂଲାଦେଶ ମିସନ୍‌ ବାହାରେ ଭିଏଚ୍‌ପିର ତୀବ୍ର ଆନ୍ଦୋଳନ
Samaya Live Desk Picture
Published On

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ଗତ ସପ୍ତାହରେ ପିଟିପିଟି ହତ୍ୟା ଘଟଣାକୁ ବିରୋଧ କରି ଆଜି ଭିଏଚ୍‌ପି (ବିଶ୍ବ ହିନ୍ଦୂ ପରିଷଦ) ଏବଂ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନର ସଦସ୍ୟମା‌ନେ ଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇ କମିସନ୍‌ ବାହାରେ ଏକ ବିଶାଳ ଆନ୍ଦୋଳନ କରିଛନ୍ତି। ବାଂଲାଦେଶ ସରକାର ଏହି ଆନ୍ଦୋଳନକୁ ନିନ୍ଦା କରିବା ସହ ଉକ୍ତ ଘଟଣାରେ ଏହାର ଅଭିଯୋଗ ଦାଏର କରିବାପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ୍‌ କରିଛି।  ଆଜି ମିସନ୍‌ ବାହାରେ ଆନ୍ଦୋଳନ ଆକଳନ କରି ଉକ୍ତ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଅଞ୍ଚଳରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୧୫ ହଜାର ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ। କିନ୍ତୁ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ସୁଦ୍ଧା ବିକ୍ଷୋଭକାରୀ ବ୍ୟାରିକେଡ୍‌ ଭାଙ୍ଗିବା ସହ ବାଂଲାଦେଶ ସରକାର ବିରୋଧରେ ବ୍ୟାନର ଏବଂ ପ୍ଲାକାର୍ଡ ଦେଖାଇ ସ୍ଲୋଗାନ ଦେଇଥିଲେ।

Tags: