ମଝି ଆକାଶରେ ଜଳିଗଲା ଘରୋଇ ବିମାନ, ୮ ଯାତ୍ରୀ ଥିଲେ

ମଝି ଆକାଶରେ ଜଳିଗଲା ଘରୋଇ ବିମାନ, ୮ ଯାତ୍ରୀ ଥିଲେ
Samaya Live Desk Picture
Published On

ୱାସିଂଟନ: ଆମେରିକାର ମେନ୍ ରାଜ୍ୟରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ସ୍ଥାନୀୟ ସମୟ ପ୍ରାୟ ୭ଟା ୪୫ ସମୟରେ ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ମଝି ଆକାଶରେ ଜଳି ଯାଇଥିଲା। ଆମେରିକାର ବିମାନ ନିୟାମକ, ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍‌ଏଏ) ଦୁର୍ଘଟଣାକୁ ନିଶ୍ଚିତ କରି କହିଛି ଯେ, ବିମାନରେ ଆଠ ଜଣ ଯାତ୍ରୀ ଥିଲେ। ଏଫ୍‌ଏଏ ଅନୁଯାୟୀ, ଯୁଗ୍ମ-ଇଞ୍ଜିନ ଥିବା ଟର୍ବୋଫ୍ୟାନ ଜେଟ୍ ବମ୍ବାର୍ଡିୟର ଚ୍ୟାଲେଞ୍ଜର-୬୦୦ ବିମାନରେ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିଲା। ଯାତ୍ରୀ ଓ କ୍ରୁଙ୍କର ଅବସ୍ଥା ସମ୍ପର୍କରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଦୁର୍ଘଟଣା ସମୟରେ ବାଙ୍ଗୋର ବିମାନବନ୍ଦରରେ ହାଲୁକା ତୁଷାରପାତ ହେଉଥିଲା, କିନ୍ତୁ ଦୁର୍ଘଟଣା ପାଇଁ ପାଗ ଏକ କାରଣ ବୋଲି ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ କରାଯାଇନାହିଁ।   

Tags: