ଅପରେସନ୍ ସିନ୍ଦୂରର ପ୍ରଥମ ଦିନରେ ହିଁ ଭାରତ ପରାଜିତ ହୋଇଥିଲା : ପୃଥ୍ବୀରାଜ ଚହ୍ବାନ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ପୃଥ୍ବୀରାଜ ଅପରେସନ ସିନ୍ଦୂରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତ ଅପରେସନ୍ ସିନ୍ଦୂରର ପ୍ରଥମ ଦିନରେ ହିଁ ପରାଜିତ ହୋଇଥିଲା ଏବଂ ୪ ଦିନର ସଂଘର୍ଷ ସମୟରେ ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିଲା। ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ସେ ଏହି ବିବାଦୀୟ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ନେତା କହିଛନ୍ତି, ଅପରେସନ୍ ସିନ୍ଦୂରର ପ୍ରଥମ ଦିନରେ ଆମେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଗଲୁ। ଲୋକ ଏହା ଗ୍ରହଣ କରନ୍ତୁ ବା ନକରନ୍ତୁ ଭାରତୀୟ ବିମାନକୁ ଖସାଇ ଦିଆଯାଇଛି ଏବଂ ପ୍ରଥମ ଦିନରୁ ହିଁ ଆମେ ପରାଜିତ ହୋଇଛୁ। ବିଜେପି ଚୌହାନଙ୍କ ଟିପ୍ପଣୀକୁ କଡ଼ା ବିରୋଧ କରିଛି।
Tags:




