ମୋ ମା’ଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଛି : ପୁନାୱାଲା

ମୋ ମା’ଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଛି : ପୁନାୱାଲା
Samaya Live Desk Picture
Published On

ନୂଆଦିଲ୍ଲୀ:  : ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ମା’ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁତର ଆହତ ହୋଇ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୁନାୱାଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ଉପରେ କେହି ଜଣେ ଜାଣିଶୁଣି ଗାଡ଼ି ମଡ଼ାଇଛି। ଏକ୍ସରେ ଏକ ପୋଷ୍ଟ୍‌ କରି ପୁନାୱାଲା କହିଛନ୍ତି, କିଛି ଘଣ୍ଟା ତଳେ ଜଣେ ବ୍ୟକ୍ତି ମୋ ମା’ ଉପରେ ଜାଣିଶୁଣି ଗାଡ଼ି ମଡ଼ାଇ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ପକାଇ ପଳାଇଛି। ମା’ଙ୍କର ଖୁବ୍‌ଶୀଘ୍ର ଅସ୍ତ୍ରୋପଚାର ହେବ। ମୋ ମା’ ଅତି ଦୟାଳୁ ଏବଂ ଭଲ ମଣିଷ। ଏଇ ବୟସରେ ମୋ ମା’ଙ୍କର ଏଭଳି ସ୍ଥିତି ମୋ‌ ହୃଦୟକୁ ବିଦାରିତ କରିପକାଉଛି। ପୁଣେ ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ ତାଙ୍କର ଏହି ଅଭିଯୋଗ ଦୋହରାଇବା ସହ ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ସମେତ ପୁଲିସ ଅଫିସର ଏବଂ ରାଜନେତାମାନଙ୍କୁ ଟ୍ୟାଗ୍‌ କରିଛନ୍ତି। ପୁନାୱାଲାଙ୍କ ପୋଷ୍ଟ୍‌ ପରେ ଫଡ଼ନାବିସ ଉକ୍ତ ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି। ଫଡ଼ନାବିସ ମଧ୍ୟ ପୁନାୱାଲାଙ୍କ ସହ କଥା ହୋଇଛନ୍ତି।

Tags: