ପାଣି ନୁହେଁ, ବିଷ : ସଂକ୍ରମିତ ଜଳ ମୃତ୍ୟୁ ପାଇଁ ଇନ୍ଦୋର ଅଧିକାରୀଙ୍କୁ ରାହୁଲଙ୍କ ସମାଲୋଚନା
By: Samaya Live Desk
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ସଂକ୍ରମିତ ଜଳ ପାଇଁ ହୋଇଥିବା ମୃତ୍ୟୁ ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ନେତୃତ୍ୱାଧୀନ ପ୍ରଶାସନ ଭାଗୀରଥପୁର ଅଞ୍ଚଳରେ ଘର ଗୁଡ଼ିକ ‘ବିଷ’ ଯୋଗାଣ କରିବାକୁ ଅନୁମତି ଦେଉଥିବା ଅଭିଯୋଗ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି , ଇନ୍ଦୋରରେ ପାଣି ନୁହେଁ ବରଂ ବିଷ ବଣ୍ଟନ କରାଯାଇଥିଲା, ଏବଂ ପ୍ରଶାସନ ଗଭୀର ନିଦ୍ରାରେ ଥିଲା। ଦୁର୍ଗନ୍ଧ ଏବଂ ମଇଳା ପାଣି ବିଷୟରେ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି ଆଦୌ ନଜର ଦିଆଯାଇନଥିଲା ବୋଲି ରାହୁଲ ଗୁରୁତର ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇପଲାଇନରେ କିପରି ନର୍ଦ୍ଦମା ପାଣି ପ୍ରବେଶ କଲା ଏବଂ କାହିଁକି ଯୋଗାଣ ବନ୍ଦ କରାଗଲା ନାହିଁ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଏହା ପାଣି ନୁହେଁ ବିଷ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
Tags:



