୫ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ

ଦିଲ୍ଲୀ: ଅକ୍‌ଟୋବର ୨୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ରେ ପହଞ୍ଚିଛନ୍ତି । ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ଲିଓନାର୍ଡୋ ଡା ଭିନ୍‌ସି ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେ କହିଛନ୍ତି, ରୋମରେ ମୁଁ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଅନ୍ୟାନ୍ୟ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ […]

Samaya Live Picture
Published On

ଦିଲ୍ଲୀ: ଅକ୍‌ଟୋବର ୨୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ରେ ପହଞ୍ଚିଛନ୍ତି । ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ଲିଓନାର୍ଡୋ ଡା ଭିନ୍‌ସି ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେ କହିଛନ୍ତି, ରୋମରେ ମୁଁ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଅନ୍ୟାନ୍ୟ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିବି ।

ଦୁଇଦିନିଆ ଇଟାଲି ଗସ୍ତରେ ରହି ପ୍ରଧାନମନ୍ତ୍ରୀ ମୋଦି ୨୦-ଜି ଶିଖର ସମ୍ମିଳନୀ ବ୍ୟତୀତ ଅନ୍ୟାନ୍ୟ ମିତ୍ର ରାଷ୍ଟ୍ରମାନଙ୍କର ନେତାମାନଙ୍କୁ ଭେଟି ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ । ସୂଚନା ଅନୁସାରେ, ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘିଙ୍କ ଆମନ୍ତ୍ରଣ କ୍ରମେ ମୋଦି ଆଜି ରୋମ୍‌ ଯାଇଛନ୍ତି । ସେଠାରେ ସେ ୩୧ ଅକ୍‌ଟୋବର ଯାଏଁ ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭଟିକାନ୍‌ ନଗର ଯାଇ ମହାମହିମ ପୋପ୍‌ ଫ୍ରାନ୍‌ସିସ୍‌ ଓ ବୈଦେଶିକ ସଚିବ କାର୍ଡିନାଲ୍‌ ପିଏଟ୍ରୋ ପେରୋଲିନ୍‌ଙ୍କୁ ଭେଟିବେ ।
ଏହାପରେ ମୋଦି ୧ରୁ ୨ ନଭେମ୍ବର ପର୍ଯ୍ୟନ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ଆମନ୍ତ୍ରଣ କ୍ରମେ ୟୁକେ ସ୍ଥିତ ଗ୍ଲାସ୍‌ଗୋ ଗ୍ରସ୍ତ କରିବେ । ସେଠାରେ ସେ ‘ସିଓପି୨୬’ ରେ ଯୋଗ ଦେବେ ।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୨ ବର୍ଷ ପରେ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୋମ୍‌ ଗସ୍ତ । ଅପରାହ@ ୩.୩୦ରେ ପ୍ରଧାନମନ୍ତ୍ରୀ ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ସନ୍ଧ୍ୟା ପ୍ରାୟ ୫.୩୦ରେ ଇଟାଲିର ପ୍ରଧାନମନ୍ତ୍ରୀ ମାରିଓଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।