ମୋଦୀଙ୍କ କାନରେ କୁଣ୍ଡଳକୁ ନେଇ ଇଣ୍ଟରନେଟ୍ରେ ଚର୍ଚ୍ଚା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକଳା ସମ୍ପର୍ଣ୍ଣ କୁର୍ତ୍ତା ପାଇଜାମା ହେଉକି ବନ୍ଧଗଳା ଜ୍ୟାକେଟ ଅବା ଟର୍ବାନ ମୋଦୀଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ପସନ୍ଦ ଆସିଥାଏ। କାର୍ଯ୍ୟକ୍ରମକୁ ଦେଖି ମୋଦୀ ପୋଷାକ ପରିଧାନ କରନ୍ତି। ନିକଟରେ ମୋଦୀଙ୍କ ଓମାନ ଗସ୍ତବେଳେ ତାଙ୍କ କାନରେ କୁଣ୍ଡଳ ପରି କିଛି ଦେଖିବାକୁ ମିଳିଥିଲା। ଏହାକୁ ନେଇ ଇଣ୍ଟରନେଟ୍ରେ ଚର୍ଚ୍ଚା ଜୋର ଧରିଥିଲା। କିଏ ଏହାକୁ ମୋତିର କୁଣ୍ଡଳ କହୁଥିବାବେଳେ ଆଉ କେହି କ୍ୟାମେରା ଲାଇଟ୍ ଭୁଲ୍ ଦିଗରୁ ପଡ଼ିଥିବାରୁ ଏମିତି ଦେଖାଯାଉଥିବା କହିଥିଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଓ ଡିଡି ନ୍ୟୁଜର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ମୋଦୀ ଜାଣିଶୁଣି କିମ୍ବା କୌଣସି କାରଣବଶତଃ ତାଙ୍କ କାନରେ କୁଣ୍ଡଳ ପରିଧାନ କରିଥାନ୍ତୁ କିମ୍ବା ଏହା ଆଲୋକର ଖେଳ ହୋଇଥାଉ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଷ୍ଟାଇଲକୁ ସମସ୍ତେ ଅତି ନିକଟରୁ ପରଖିଥାନ୍ତି ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
Tags:




