‘ମିସନ୍ ଲାଇଫ୍’ର ଶୁଭାରମ୍ଭ
ନୂଆଦିଲ୍ଲୀ: ଗୁରୁବାର ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ‘ମିସନ୍ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି । କେୱାଡ଼ିଆରେ ‘ମିସନ୍ ଲାଇଫ୍’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି । ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି । ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍ ଲାଇଫ୍’ […]
ନୂଆଦିଲ୍ଲୀ: ଗୁରୁବାର ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ‘ମିସନ୍ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି । କେୱାଡ଼ିଆରେ ‘ମିସନ୍ ଲାଇଫ୍’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି । ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି । ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍ ଲାଇଫ୍’ ସାହାଯ୍ୟ କରିବ । ଜଳବାୟୁ ପରିବର୍ତ୍ତନ ହେଉଛି ଉଭୟ ସରକାର ଅଥବା ଆନ୍ତର୍ଜାତିକ ପ୍ରତିଷ୍ଠାନଗୁଡ଼ିକ ପଦକ୍ଷେପ ଗ୍ରହଣ କରିବାକୁ ଥିବା କିଛି ଗୋଟାଏ ଯୋଜନା ସଂକ୍ରାନ୍ତ ସମସ୍ୟା ବୋଲି ଧାରଣା ସୃଷ୍ଟି ହୋଇଥିଲା ।
କି;ୁ, ଏବେ ଜନସାଧାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାନ୍ୟ ପରିବର୍ତ୍ତିତ ଜୀବନଚର୍ଯ୍ୟା ପରିବେଶଷ ପ୍ରତି ସାହାଯ୍ୟପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, କେତେକ ଲୋକ ‘ଏସି’ ତାପମାତ୍ରାକୁ ୧୭ ଡିଗ୍ରୀକୁ ଖସାଇବାକୁ ପସନ୍ଦ କରନ୍ତି । କି;ୁ, ଏହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଜିମକୁ ଗଲା ବେଳେ ସାଇକେଲ୍ ଚଢ଼ି ଯାଆ;ୁ । ଜୀବନଯାପନ ଶୈଳୀରେ ଟିକିଏ ପରିବର୍ତ୍ତନ କଲେ ପରିବେଶ ପ୍ରତି ଉପକାର ହେବ । ପୁନଃ ବ୍ୟବହାର, ସୀମିତକରଣ, ଏବଂ ପୁନଃ ବ୍ୟବହାର ଉପଯୋଗୀ କରିବା ହେଉଛି ଭାରତର ପ୍ରଥା ଓ ସଂସ୍କୃତି । ଆମେ ଉକ୍ତ ପ୍ରଥାର ପୁନଃ ପ୍ରଚଳନ କରିବା ଆବଶ୍ୟକ ।
ସୂଚନାଯୋଗ୍ୟ, ‘ମିସନ୍ ଲାଇଫ୍’ର ବୈଶ୍ୱିକ ଶୁଭାରମ୍ଭ ବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଥିଲେ ଯେ, ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବିଶ୍ୱସନୀୟ ଭାବେ ସମନ୍ୱୟ ଆଣିବା ଭଳି ଗୁରୁ ଦାୟିତ୍ୱ ବହନ କରିପାରିବ ।




