ଶୀତ ଅଧିବେଶନ ଶେଷ , ସାଂସଦଙ୍କ ସହ ମୋଦୀଙ୍କ ‘ଚାଇ ପେ ଚର୍ଚ୍ଚା’
ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସଦସ୍ୟମାନଙ୍କ ସହ ‘ଚାଇ ପେ ଚର୍ଚ୍ଚା’ କରିଛନ୍ତି। ଦଳମତ ନିର୍ବିଶେଷରେ ସାଂସଦମାନେ ମୋଦୀଙ୍କ ସହ ଚାଇ ପେ ଚର୍ଚ୍ଚାରେ ଯୋଗ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସୁପ୍ରିୟା ସୁଲେଙ୍କ ସମେତ ଅନ୍ୟ ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ କକ୍ଷରେ ହୋଇଥିବା ଚା ବୈଠକରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀତ ଅଧିବେଶନରେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଗୃହୀତ ହୋଇଥିଲେ ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବାକି ରହିଯାଇଛି।
Tags:




