ଜନଶକ୍ତି ଆଗରେ ନତମସ୍ତଷ୍କ ହେଲେ ମୋଦୀ
କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ସରକାର ଗଠନ କରିଛି। ବିଜେପି ୨୦୭ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିବାପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିପାଇଁ ଭବ୍ୟ ଶପଥ କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟପାଳ ଆର.ଏନ. ରବି ଶୁଭେନ୍ଦୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ପଶ୍ଚିମବଙ୍ଗ ‘ଜନଶକ୍ତି’କୁ ମଞ୍ଚରୁ ଆଣ୍ଠୁ ମାଡ଼ି ପ୍ରଣାମ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ହେଉଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ବିଶାଳ ଜନସମାବେଶକୁ ଅଭିବାଦନ ଜଣାଇବା ସହ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଛି। ମନ୍ଦିରରେ ଜଣେ ଭକ୍ତ ଭଗବାନଙ୍କୁ ଯେପରି ଶ୍ରଦ୍ଧା ଅର୍ପଣ କରେ, ସେହିଭଳି ମୋଦୀ ନତମସ୍ତକ କରି ବଙ୍ଗଳାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Tags:




