ପାର୍ଥଙ୍କୁ ଜେରା କରି ବେଦମ୍‌ ଇଡି

କୋଲକତା: ଇଡିକୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ବେଙ୍ଗଲର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସବୁବେଳେ ଥକାପଣର ବାହାନା ଦେଖାଇ ପ୍ରଶ୍ନକୁ ଟାଳିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଇଡି ସହ ସେ ଏପରି ଲୁଚକାଳି ଖେଳ ଖେଳୁଥିବା ନେଇ ଏହାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ଏପରି ପାର୍ଥ ଚାଟାର୍ଜୀଙ୍କୁ ବିଭିନ୍ନ ପ୍ରଶ୍ନ ଗୋଡ଼ାଇ ତୋଡ଼ାଇ ପଚାରି ଇଡି […]

Samaya Live Picture
Published On

କୋଲକତା: ଇଡିକୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ବେଙ୍ଗଲର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସବୁବେଳେ ଥକାପଣର ବାହାନା ଦେଖାଇ ପ୍ରଶ୍ନକୁ ଟାଳିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଇଡି ସହ ସେ ଏପରି ଲୁଚକାଳି ଖେଳ ଖେଳୁଥିବା ନେଇ ଏହାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

ଏପରି ପାର୍ଥ ଚାଟାର୍ଜୀଙ୍କୁ ବିଭିନ୍ନ ପ୍ରଶ୍ନ ଗୋଡ଼ାଇ ତୋଡ଼ାଇ ପଚାରି ଇଡି ଅଧିକାରୀ ହାଲିଆ ହୋଇ ଯାଉଥିବା ବେଳେ ପାର୍ଥ କି;ୁ ପାଟି ଫିଟାଉ ନାହାନ୍ତି । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏ ଯାଏ ଇଡି ତାଙ୍କ ନିକଟରୁ ହାତେଇ ପାରି ନାହ । ପାର୍ଥଙ୍କର ତାଙ୍କର ଆହୁରି ଅମାପ ସମ୍ପତ୍ତି ଥିବା ବେଳେ ଏହାର ସୁରାକ ପାଇଛି ଇଡି । ଇଡି ଅଧିକାରୀ କହିଛନ୍ତି ଯେ, ଗିରଫ ହେବା ପରଠାରୁ ସେ ଆମ ସହ ସହଯୋଗ କରି ନାହାନ୍ତ । ସେ ଅନେକ ସମୟରେ ଥକାପଣର ଅଭିଯୋଗ କରି ଆମର ପ୍ରଶ୍ନର ଉତ୍ତର ଦେଉନାହାନ୍ତି । ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କ ଘର ଉପରେ ଚଢାଉ ସମୟରେ ଉଦ୍ଧାର ହୋଇଥିବା ନଗଦ ଟଙ୍କା ତାଙ୍କର ନୁହେଁ ବୋଲି ସେ କହୁଛନ୍ତି । ଏପରିକି ଏହି ଅର୍ଥର ଉତ୍ସ କ’ଣ ସେ ସମ୍ପର୍କରେ କହୁ ନାହାନ୍ତି ।

ଶିକ୍ଷା ନିଯୁକ୍ତି ସ୍କାମରେ ଇଡିଙ୍କ ଅଧୀନରେ ଆସିଥିବା ପାର୍ଥ ଚାଟାର୍ଜୀଙ୍କ ପଶ୍ଚିମବଙ୍ଗର ଗୋଲପାରା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଗେଷ୍ଟ ହାଉସ ଥିବା ଖୋଳତାଡ଼ରୁ ଜଣାଯାଇଛି । ଏହି ଗେଷ୍ଟ ହାଉସ ଏହା ଅର୍ପିତାଙ୍କ ନାଁରେ ଥିବା ଜଣାଯାଇଛି ।ଏହାବାଦ ତାଙ୍କ ନାଁରେ ବହୁ କମ୍ପାନୀ, ବେନିକଟ ହଲ୍‌, ଗେଷ୍ଟ ହାଉସ ଥିବା ବେଳେ ସମ୍ପର୍କୀୟଙ୍କ ନାମରେ ମଧ୍ୟ ବହୁ ସମ୍ପତ୍ତି ରହିଛ । ଅର୍ପିତାଙ୍କ ଦୁଇଟି ଘରେ ଇଡି ରେଡ କରି ୫୦ କୋଟି ଟଙ୍କା ଓ ୫ କେଜିରୁ ଅଧିକ ସୁନା ମଧ୍ୟ ଜବତ କରିଛିଛ ଏବେ ଘଟଣାର ଅଧିକ ଖୋଳତାଡ଼ ବେଳେ ଇଡିକୁ ବିଲକୁଲ ସହଯୋଗ କରୁ ନାହାନ୍ତି ପାର୍ଥ ।

ପାର୍ଥଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିବା ପରେ କ୍ଷମତାସୀନ ଟିଏମସି ତାଙ୍କୁ ଦଳରୁ ଗତ ଗୁରୁବାର ନିଲମ୍ବନ କରିଛିଛ ଏନେଇ ଇଡି ହେପାଜତରେ ଥିବା ପାର୍ଥ କହିଥିଲେ, କେବଳ ସମୟ ହିଁ ସବୁ କିଛି କହିବଛ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ ବୈଠକ ପରେ ପାର୍ଥ ଚାଟାର୍ଜୀଙ୍କୁ ସମସ୍ତ ମନ୍ତ୍ରୀ ପଦରୁ ବିଦା କରିଥିଲେ । ଏହାପରେ ଟିଏମସି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରଥରଥର ପାଇଁ ପାର୍ଥ ଚାଟାର୍ଜୀ ଧାଡ଼ିକିଆ ପ୍ରତିକ୍ରିୟା ଦେଇଥିଲେ ।