ପଙ୍କଜ ଚୌଧୁରୀ ୟୁପି ବିଜେପି ସଭାପତି

ପଙ୍କଜ ଚୌଧୁରୀ ୟୁପି ବିଜେପି ସଭାପତି
Samaya Live Desk Picture
Published On

ଲକ୍ଷ୍ନୌ:   କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ବିଜେପିର ଉତ୍ତରପ୍ରଦେଶ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କ ବିପୁଳ ଉତ୍ସାହ ମଧ୍ୟରେ ଏହି ଘୋଷଣା କରିଛନ୍ତି। ଗତକାଲି ନାମାଙ୍କନ ଦାଖଲ କରିବା ପରେ ଏକମାତ୍ର ପ୍ରାର୍ଥୀ ଥିବା ଚୌଧୁରୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବର୍ତ୍ତମାନର ସଭାପତି ଭୂପେନ୍ଦ୍ର ଚୌଧୁରୀ ତାଙ୍କ ଉତ୍ତରାଧିକାରୀଙ୍କୁ ଆଜି ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଏକ୍ସ’ରେ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ ‘ନିଷ୍ଠାବାନ ଓ ଅନୁଶାସିତ କର୍ମୀ’ ବୋଲି କହିଛନ୍ତି । ତାଙ୍କ ଅଭିଜ୍ଞତା ଉତ୍ତରପ୍ରଦେଶରେ ଦଳକୁ ଆହୁରି ମଜବୁତ୍ କରିବ ବୋଲି ସେ କହିଛନ୍ତି।

 

Tags: