ପଙ୍କଜ ଚୌଧାରୀ ହୋଇପାରନ୍ତି ଉତ୍ତରପ୍ରଦେଶର ନୂଆ ବିଜେପି ମୁଖ୍ୟ 

ପଙ୍କଜ ଚୌଧାରୀ ହୋଇପାରନ୍ତି ଉତ୍ତରପ୍ରଦେଶର ନୂଆ ବିଜେପି ମୁଖ୍ୟ 
Samaya Live Desk Picture
Published On

ଲକ୍ଷ୍ନୌ : ୭ ଥର ସାଂସଦ ହୋଇଥିବା ଓବିସି ନେତା ପଙ୍କଜ ଚୌଧାରୀ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ହୋଇପାରନ୍ତି। ବିଜେପି ଜଣେ ଓବିସି ନେତାଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିବାକୁ ଯୋଜନା କରୁଥିବା ଜଣାପଡ଼ିବାବେଳେ ପଙ୍କଜଙ୍କ ନାଁକୁ ନେଇ ଚର୍ଚ୍ଚା ‌ହେଉଛି। ବିଜେପି ଏଥିପାଇଁ ରବିବାର ଲକ୍ଷ୍ନୌରେ ଏକ ବଡ଼ ଧରଣର ଉତ୍ସବ ଆୟୋଜନ କରିବାକୁ ଯାଉଛି। କେନ୍ଦ୍ର ଅର୍ଥ ବିଭାଗ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ପଙ୍କଜ ଚୌଧାରୀ ଉତ୍ତରପ୍ରଦେଶ ମହାରାଜଗଞ୍ଜ ନିର୍ବାଚନମଣ୍ଡଳୀରୁ ୭ ଥର ସାଂସଦ ହୋଇଛନ୍ତି। ସେ ଏକ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି। ତାଙ୍କ ମା’ ଉଜ୍ଜ୍ବଳ ଚୌଧାରୀ ମହାରାଜଗଞ୍ଜ ଜିଲ୍ଲା ପଞ୍ଚାୟତ ସଭାପତି ଥିଲେ। 
 

Tags: