ଏଣିକି ପରିଚୟ ପତ୍ର ରୂପେ ବ୍ୟବହାର ହୋଇପାରିବ ପ୍ୟାନ୍ କାର୍ଡ
ନୂଆଦିଲ୍ଲୀ : ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ -୨୪ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି I ଏହି ଅବସରରେ ଅର୍ଥମନ୍ତ୍ରୀ ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି I କେନ୍ଦ୍ର ସରକାରଙ୍କ ସବୁ ବିଭାଗରେ ସ୍ଥାୟୀ ଆକାଉଣ୍ଟ୍ ନମ୍ବର (ପାନ୍)କୁ ଏକକ ବ୍ୟବସାୟ ପରିଚୟପତ୍ର ଭାବେ ବ୍ୟବହାର କରା ଯାଇ ପାରିବ I ଫାଇନାନ୍ସ ଆକ୍ଟ ୨୦୨୩ରେ ଏକ ସଶକ୍ତିକରଣ ଧାରା ଅନୁସାରେ ପ୍ୟାନକୁ ଏକ […]
ନୂଆଦିଲ୍ଲୀ : ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ -୨୪ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି I ଏହି ଅବସରରେ ଅର୍ଥମନ୍ତ୍ରୀ ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି I କେନ୍ଦ୍ର ସରକାରଙ୍କ ସବୁ ବିଭାଗରେ ସ୍ଥାୟୀ ଆକାଉଣ୍ଟ୍ ନମ୍ବର (ପାନ୍)କୁ ଏକକ ବ୍ୟବସାୟ ପରିଚୟପତ୍ର ଭାବେ ବ୍ୟବହାର କରା ଯାଇ ପାରିବ I ଫାଇନାନ୍ସ ଆକ୍ଟ ୨୦୨୩ରେ ଏକ ସଶକ୍ତିକରଣ ଧାରା ଅନୁସାରେ ପ୍ୟାନକୁ ଏକ ସଂସ୍ଥାର ମୁଖ୍ୟ ପରିଚୟ ଭାବରେ ବ୍ୟବହାର କରିବାକୁ ଆଇନଗତ ସହାୟତା ପ୍ରଦାନ କରିବ I ସମସ୍ତ ପ୍ରକାରର ଡିଜିଟାଲ ବ୍ୟବସ୍ଥା କ୍ଷେତ୍ରରେ ପାନକାର୍ଡକୁ ଏକକ ବ୍ୟବସାୟିକ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଇ ପାରିବ ।
କେନ୍ଦ୍ରୀୟ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ବିଭିନ୍ନ ଲାଇସେନ୍ସ ଏବଂ ଅନୁମୋଦନ ପାଇବାକୁ ଜାତୀୟ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ପ୍ରବେଶ କରିବାକୁ ଏକ ସ୍ୱତନ୍ତ୍ର ପରିଚାୟକ ଭାବରେ ବ୍ୟବସାୟକୁ ଅନ୍ୟ ତଥ୍ୟ ପରିବର୍ତ୍ତେ ପାନ ବ୍ୟବହାର କରିବାକୁ ଏହି ପଦକ୍ଷେପ ହେଉଛି I ଏହି ସ୍ୱତନ୍ତ୍ର ରାଷ୍ଟ୍ରୀୟ ପରିଚୟପତ୍ର ଜରିଆରେ ସାଧାରଣ ସୂଚନା ଏବଂ କାଗଜପତ୍ରକୁ ସ୍ୱୟଂକ୍ରିୟଭାବେ କାର୍ଯ୍ୟରେ ଉପଯୋଗ କରାଯାଇପାରିବ। ଜଣଙ୍କୁ ବାରମ୍ବାର କାଗଜପତ୍ର ଜମା କରିବାରୁ ମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଏଥିନିମନ୍ତେ ଏକ ସମନ୍ୱିତ ବ୍ୟବସ୍ଥା ସଂସ୍ଥାପିତ କରାଯିବ। ଦେଶରେ ଆୟକର ବିଭାଗ ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ୟାନ କାର୍ଡ ଜାରି କରିଥାଏ। ପ୍ୟାନ୍ ସାହାଯ୍ୟରେ ଆପଣ ଆୟକର ଭରଣା କରିପାରନ୍ତି। ଏବେ ପ୍ୟାନ୍ କାର୍ଡକୁ ଭାରତୀୟ ଏକ ପରିଚୟ ପତ୍ର ରୂପେ ବ୍ୟବହାର କରିପାରିବେ।
ଅର୍ଥମନ୍ତ୍ରୀ ବୁଧବାର ସଦନରେ ସୂଚନା ଦେଇଛନ୍ତି ଯେ ଯଦି ଆପଣ ପ୍ୟାନ୍ କାର୍ଡ ବ୍ୟବହାର କରୁଛନ୍ତି, ତା’ ହେଲେ ଆପଣଙ୍କୁ ଏହାକୁ ଘରେ ରଖିବା ଆବଶ୍ୟକ ନାହିଁ। କାରଣ, ଏବେ ପୂରା ଦେଶରେ ପ୍ୟାନ୍ କାର୍ଡ ପରିଚୟ ପତ୍ର ରୂପେ ମାନ୍ୟ କରି ଦିଆଯାଇଛି।
ସୀତାରମଣ କହିଛନ୍ତି, ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ପ୍ରଣାଳୀରେ ସାମାନ୍ୟ ପରିଚୟ ପାଇଁ ପ୍ୟାନ୍ କାର୍ଡ ବ୍ୟବହାର କରାଯାଇ ପାରିବ। ଏହାଦ୍ୱାରା ଦେଶରେ Ease of Doing Businessକୁ ପ୍ରୋତ୍ସାହନ ମିଳିବ। ଏଥିସହିତ ପ୍ୟାନ୍ କାର୍ଡ ଏକ ୧୦ ଅଙ୍କର ଆଲ୍ଫାନ୍ୟୁମେରିକ୍ ନମ୍ବର, ଯାହା ଆୟକର ବିଭାଗର କୌଣସି ବ୍ୟକ୍ତି, କ୍ଷେତ୍ର କିମ୍ବା ସଂସ୍ଥାକୁ ବଣ୍ଟନ କରାଯାଇ ପାରିବ।




