ଭାରତ ପରେ ପାକିସ୍ତାନକୁ ପାଣି ବନ୍ଦ କରିବ ତାଲିବାନ୍‌

ଭାରତ ପରେ ପାକିସ୍ତାନକୁ ପାଣି ବନ୍ଦ କରିବ ତାଲିବାନ୍‌
Samaya Live Desk Picture
Published On

ନୂଆଦିଲ୍ଲୀ: ପାକିସ୍ତାନର ଜଳ ସମସ୍ୟା ଆଗକୁ ଆହୁରି ବଢ଼ିଯିବ। ଆଫଗାନ ତାଲିବାନ ଏକ ଡ୍ୟାମ୍‌ ନିର୍ମାଣ କରି କୁନାର ନଦୀ ଜଳ  ଗଚ୍ଛିତ ରଖିବାର ଯୋଜନା କରୁଛି। ଏହାଦ୍ବାରା କୁନାର ନଦୀରୁ ଖାଇବର ପଖତୁଙ୍ଖୱାକୁ ହେଉଥିବା ଜଳ ଯୋଗାଣ ହଠାତ ବନ୍ଦ ହୋଇଯିବ ଏବଂ ତଳିଆ ଅଞ୍ଚଳରେ ଥିବା ଲକ୍ଷାଧିକ ପାକିସ୍ତାନୀ ନାଗରିକ ଏଥିଯୋଗୁ ପ୍ରଭାବିତ ହେବେ। ଉଲ୍ଲେଖ‌ଯୋଗ୍ୟ, ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବାପରେ ତାଲିବାନ ପୁଣି ପାକିସ୍ତାନ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ବାରା ଆଫଗାନିସ୍ତାନ-ପାକିସ୍ତାନ ସମ୍ପର୍କ ଆହୁରି ଅଧିକ ତିକ୍ତ ହୋଇଯିବ। ତେବେ ତାଲିବାନ ଅଧିକାରୀମାନେ କହିଛନ୍ତି, ଏହି ଯୋଜନା କେବଳ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବିକାଶ ପାଇଁ ଉଦ୍ଦିଷ୍ଟ। ସେମାନେ ଦାବି କରିଛନ୍ତି ଯେ ଖାଦ୍ୟ ସୁରକ୍ଷାର ବିକାଶ ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଏବଂ ପାକିସ୍ତାନକୁ କ୍ଷତି ପହଞ୍ଚାଇବା ଏହାର ଲକ୍ଷ୍ୟ ନୁହେଁ।