ସାମ୍ବାରେ ପାକିସ୍ତାନୀ ସେନ‌ାର ଅସ୍ତ୍ର ଚୋରାଚାଲାଣ ଉଦ୍ୟମ ପଣ୍ଡ

ସାମ୍ବାରେ ପାକିସ୍ତାନୀ ସେନ‌ାର ଅସ୍ତ୍ର ଚୋରାଚାଲାଣ ଉଦ୍ୟମ ପଣ୍ଡ
Samaya Live Desk Picture
Published On

ଶ୍ରୀନଗର :  ସାଧାରଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀକୁ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ଏକ ଅସ୍ତ୍ର ଚ‌ୋାରଚାଲାଣ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ପଲୁରା ଗ୍ରାମରେ ଏକ ‌ସନ୍ଦିଗ୍ଧ ଡ୍ରୋନ୍‌ ଚିହ୍ନଟ ହେବାପରେ ସୁରକ୍ଷା ସଂସ୍ଥା ପକ୍ଷରୁ ତୁରନ୍ତ ସତର୍କ ମୂଳକ ପଦକ୍ଷେପ ଗ୍ରହଣ ହୋଇଥିଲା। ସର୍ଚ୍ଚ ଅପରେସନ୍‌ ସମୟରେ ଜମ୍ମୁ କାଶ୍ମୀର ପୁଲିସ ଏବଂ ବିଏସଏଫ୍‌ର ୫୨ ବାଟାଲିଅନ ୨ଟି ପିସ୍ତଲ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍‌, ୩ଟି ମାଗାଜିନ୍‌ ଏବଂ ୧୬ଟି ପିସ୍ତଲ ଜବତ କରିଛି।    

Tags: