ପା‌କ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ ନେତାନ୍ୟାହୁଙ୍କୁ ତୁର୍କୀ ବନ୍ଦୀ କରୁ’

ପା‌କ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ ନେତାନ୍ୟାହୁଙ୍କୁ ତୁର୍କୀ ବନ୍ଦୀ କରୁ’

ଇସଲାମାବାଦପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଗିରଫ କରାଯାଉ । ଏକ ଟିଭି ସାକ୍ଷାତକାରରେ ଆସିଫ କହିଛନ୍ତି, ତୁର୍କୀ ନେତାନ୍ୟାହୁଙ୍କୁ ଗିରଫ କରିପାରେ। ନେତାନ୍ୟାହୁଙ୍କୁ ତୁର୍କୀ ଗିରଫ କରୁ ବୋଲି ପାକିସ୍ତାନର ଲୋକମାନେ ପ୍ରାର୍ଥନା କରୁଥିବା ସେ କହିଛନ୍ତି। ଆସିଫ ଆହୁରି ମଧ୍ୟ କହିଛନ୍ତି ଯେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଯେପରି ଅଟକ ରଖାଯାଇଥିଲା ସେହିପରି ଆମେରିକା ନେତାନ୍ୟାହୁଙ୍କୁ ମଧ୍ୟ ଅଟକ ରଖିବା ଉଚିତ। ଆସିଫ୍ ନେତାନ୍ୟାହୁଙ୍କୁ ମାନବତା ବିରୋଧରେ ଜଣେ ବଡ଼ ଅପରାଧୀ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଗାଜାରେ ପାଲେଷ୍ଟାଇନ ଲୋକମାନଙ୍କ ବିରୋଧରେ ଏବେ ଦେଖାଯାଇଥିବା ହିଂସା ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ଆସିଫ ପାକିସ୍ତାନୀ ନ୍ୟୁଜ ଚାନେଲକୁ ଦେଇଥିବା ସାକ୍ଷାତକାରର ଏକ ଭିଡିଓ କ୍ଲିପ୍‌ ଏବେ ଅନଲାଇନରେ ସେୟାର ହେଉଛି। ଆଲୋଚନା ବେଳେ ଉପସ୍ଥାପକ ହମିର ମୀର କହିଥିଲେ, ଏହି ମନ୍ତବ୍ୟ ଖୁବ୍‌ ସମ୍ବେଦନଶୀଳ। ଆସିଫ୍‌ ପଚାରିଥିଲେ ଏପରି ଅପରାଧୀଙ୍କୁ କେଉଁମାନେ ସମର୍ଥନ କରୁଛନ୍ତି। ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କ ପାଇଁ ଆଇନ କହୁଛି।  

ସମ୍ବନ୍ଧିତ ଖବର ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା‌

Tags: