ଇମ୍ରାନ ଖାନ୍‌ଙ୍କ ୧୪ ସମର୍ଥକ ଗିରଫ

ଇମ୍ରାନ ଖାନ୍‌ଙ୍କ ୧୪ ସମର୍ଥକ ଗିରଫ
Samaya Live Desk Picture
Published On

ଇସଲାମାବାଦ:  ପାକିସ୍ତାନ ପୁଲିସ ବୁଧବାର ଆତଙ୍କବାଦ ନିରୋଧୀ ଆଇନ ଅଧୀନରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭଉଣୀ ଏବଂ ତାଙ୍କର ୨୦ରୁ ଅଧିକ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାୱଲପିଣ୍ଡିର ଅଦିଆଲା ଜେଲ୍‌ରେ ଇମ୍ରାନଙ୍କ ସମର୍ଥକମାନେ ଆନ୍ଦୋଳନ କରିଥିଲେ। ଇମ୍ରାନ ଖାନ୍‌ଙ୍କୁ ଭେଟିବାପାଇଁ ତାଙ୍କ ପରିବାର ସଦସ୍ୟ ଦାବି କରିଥିବା ବେଳେ ସେମାନଙ୍କୁ ଅନୁମତି ମିଳିନାହିଁ। ଏହାକୁ ବିରୋଧ କରି ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍‌)ର ନେତା ଏବଂ କର୍ମୀମାନେ ଜେଲ୍‌ ବାହାରେ ଆନ୍ଦୋଳନ କରିଛନ୍ତି। ପୁଲିସ ଅନୁଯାୟୀ ରାୱଲପିଣ୍ଡିର ସଦର ପେରୋନି ପୁଲିସ ଷ୍ଟେସନରେ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ ଏବଂ ନୋରିନ ନିଆଜିଙ୍କ ସମେତ ପିଟିଆଇ ନେତା ଏବଂ କର୍ମୀମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ରାଷ୍ଟ୍ର ବିରୋଧରେ ଆପରାଧିକ ଷଡ୍‌ଯନ୍ତ୍ର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାମଲାରେ  ୧୪ ସନ୍ଦିଗ୍ଧ ଗିରଫ ହୋଇଛନ୍ତି ଏବଂ ଏତଲା ରୁଜୁ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି।

 

Tags: