ନୂଆବର୍ଷ ଉତ୍ସବ ବେଳେ ସ୍ବିଜରଲାଣ୍ଡ ବାର୍‌ରେ ବିସ୍ଫୋରଣ, ୪୦ ମୃତ

ନୂଆବର୍ଷ ଉତ୍ସବ ବେଳେ ସ୍ବିଜରଲାଣ୍ଡ ବାର୍‌ରେ ବିସ୍ଫୋରଣ, ୪୦ ମୃତ
Samaya Live Desk Picture
Published On

ନୂଆଦିଲ୍ଲୀ: ସ୍ବିଜରଲାଣ୍ଡରେ ଆଜି ନୂଆବର୍ଷ ପାଳନ ଚାଲିଥିବାବେଳେ ବଡ଼ ଅଘଟଣ ଘଟିଯାଇଛି। ଏକ ବାର୍‌ରେ ବିସ୍ଫୋରଣ ହୋଇ  ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ‌ଲୋକ ଗୁରୁତର ଆହତ ହୋଇଥିବା ସାମ୍ନାକୁ ଆସିଛି। ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଘଟିଛି। ଘଟଣା ଘଟିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେବା ଆରମ୍ଭ କରିଛି। ସୂଚନାନୁଯାୟୀ ନୂତନ ବର୍ଷ ପାଳନ ପାଇଁ ‌ଲୋକେ ପାର୍ଟି କରିବାକୁ ବାର୍‌ରେ ପହଞ୍ଚିଥିଲେ। ବିସ୍ଫୋରଣ ଘଟିବା ବେଳେ ଏକାଧିକ ଲୋକ ବାର୍ ଭିତରେ ଥିଲେ। ଏପର୍ଯ୍ୟନ୍ତ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ। କୌଣସି ଆତଙ୍କବାଦୀ  ଗୋଷ୍ଠୀ ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି।   

Tags: