ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିରୋଧୀ ନେତା

ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିରୋଧୀ ନେତା
Samaya Live News Picture
Published On

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ‘ଇଣ୍ଡିଆ’ ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଶୁକ୍ରବାର ଇଣ୍ଡିଆ ବ୍ଲକର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ୪ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର, ଏସଆଇଆର ଇଲେକ୍ଟ୍ରୋରାଲ ରୋଲ୍‌ର ବ୍ୟାଜ୍ୟାପ୍ତି, ବାଲାଟ ପେପର ଭୋଟିଂ ବ୍ୟବସ୍ଥାର ପୁନଃପ୍ରଚଳନ ଏବଂ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ନିର୍ବାଚନର ପୁନର୍ବିଚାର ଆଦି ଅନ୍ୟତମ ।

କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଦାବିପତ୍ର ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ରାଷ୍ଟ୍ରପତିଙ୍କ ସହ ଆମର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଯେତେବେଳେ ଆମେ ରାଷ୍ଟ୍ରପତିଙ୍କୁ ’ଭୋଟ ଚୋରି’ ବିଷୟରେ ଜଣାଇଲୁ, ସେ ଏହାକୁ ମନା କରି ନ ଥିଲେ । ବରଂ ସେ ଆମକୁ ଏହାର ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି । ନିର୍ବାଚନକୁ କିଭଳି ଭାବେ ଚୋରି କରାଯାଇଛି, ତାହାର ପ୍ରମାଣ ଆମ ପାଖରେ ଅଛି । ସାରା ଦେଶ ମଧ୍ୟ ଏହାକୁ ଦେଖିଛି ।’ 

 

Tags: