ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ, ବିଜେପିର ବଜେଟ୍ ଥିଲା ୮୦୦ କୋଟି : କେଜ୍ରିୱାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରକୁ ତେରଛା ବାଣ ମାରିଛନ୍ତି I ଏହି ପ୍ରସ୍ତାବ ଉପସ୍ଥାପନ ବେଳେ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ ମାରିଛି I ଆମେ ଏହି ପ୍ରସ୍ତାବ ଏଥିପାଇଁ ଆଣିଛୁ କି ପାର୍ଟି ପ୍ରତି ଆମ ସଦସ୍ୟ କେତେ ସମର୍ପିତ ତାହା ଜଣା ପଡିବ I ପ୍ରତ୍ୟେକ ଆମ୍ ଆଦମୀ ପାର୍ଟି (ଆପ) କର୍ମୀ, ଓ ବିଧାୟକ ଦଳ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରକୁ ତେରଛା ବାଣ ମାରିଛନ୍ତି I ଏହି ପ୍ରସ୍ତାବ ଉପସ୍ଥାପନ ବେଳେ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ ମାରିଛି I ଆମେ ଏହି ପ୍ରସ୍ତାବ ଏଥିପାଇଁ ଆଣିଛୁ କି ପାର୍ଟି ପ୍ରତି ଆମ ସଦସ୍ୟ କେତେ ସମର୍ପିତ ତାହା ଜଣା ପଡିବ I ପ୍ରତ୍ୟେକ ଆମ୍ ଆଦମୀ ପାର୍ଟି (ଆପ) କର୍ମୀ, ଓ ବିଧାୟକ ଦଳ ସହ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ବିଜେପି ଆରମ୍ଭ କରିଥିବା ‘ଅପରେସନ୍ ଲୋଟସ୍’ ବିଫଳ ହୋଇଛି କାରଣ ବିଜେପି କୌଣସି ଆପ ବିଧାୟକ ଙ୍କୁ କିଣି ପାରି ନାହିଁ I

ସୂଚନାନୁସାରେ ଆପ ସରକାର ଭାଙ୍ଗିବା ପାଇଁ କିଛି ବିଧାୟକଙ୍କୁ ବିଜେପି ୨୦କୋଟି ଟଙ୍କା ଲେଖାଏଁ ଅଫର କରୁଥିଲା ଏବଂ ଏଥିପାଇଁ ୮୦୦ କୋଟି ଟଙ୍କା ର ବଜେଟ୍ ରଖାଯାଇଥିଲା, କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ଆପ୍ ର ବୈଠକରେ ୫୩ ବିଧାୟକ ସାମିଲ ହେବା ପରେ ଏହାକୁ ନେଇ ବିଜେପି ଅଭିଯୋଗ ଆଣିଥିଲା ଯେ ଆପ୍ ସରକାରର ବହୁମତ ନାହିଁ । ୭୦ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳ ବିଜେପି ପାଖରେ ଅଛନ୍ତି ୮ ବିଧାୟକ ।