ଗୁପ୍ଚୁପ ଖାଇ ଜଣେ ମୃତ, ୩୦ ରୁ ଉର୍ଦ୍ଧ୍ବ ଅସୁସ୍ଥ

ଗୁପ୍ଚୁପ ଖାଇ ଜଣେ ମୃତ, ୩୦ ରୁ ଉର୍ଦ୍ଧ୍ବ ଅସୁସ୍ଥ
Samaya Live News Picture
Published On

ଝାରଖଣ୍ଡ : ଗୁପଚୁପ୍ ନେଲା ଜୀବନ । ଗୁପଚୁପ୍ ଓ ଚାଟ୍ ଖାଇ ଜଣେ ୬ବର୍ଷ ପିଲାର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଗୁରୁତର ଅସୁସ୍ଥ ହୋଇଛନ୍ତି । ଘଟଣାଟି ଗିରିଡିହର ମୁଫସିଲ୍ ଥାନା ଅଞ୍ଚଳର ବଜଟୋ ଗାଁରେ । ଗୁପଚୁପ୍ ଖାବା ଯୋଗୁଁ ଗାଁର ୨୦-୨୫ ଲୋକ ଫୁଡ ପଏଜନିଂର ଶିକାର ହୋଇ ଝାଡା ବାନ୍ତି ହେବାରୁ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ଜଣେ ୬ବର୍ଷ ପିଲାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

ଖବର ମୁତାବକ, ଗତ ଶନିବାର ସନ୍ଧ୍ୟାରେ ଗାଁକୁ ଆସିଥିବା ଗୁପଚୁପ୍ ଏବଂ ଚାଟ୍ ବିକାଳି ଠାରୁ  ମୁଫସିଲ ଥାନା ଅଞ୍ଚଳର ପାଲମୋରେ ଗାଁର ଅନେକ ପିଲା ଏବଂ ବଡ଼ ମାନେ ଗୁପଚୁପ୍ ଓ ଚାଟ୍ ଖାଇଥିଲେ । କିନ୍ତୁ ରବିବାର ସକାଳେ ସମସ୍ତଙ୍କୁ ହଠାତ ଜ୍ୱର ସାଙ୍ଗକୁ ଝାଡା ବାନ୍ତିର ଶିକାର ହୋଇଥିଲେ । ଅବସ୍ଥା ଅନିୟନ୍ତ୍ରିତ ହେବାରୁ ଆକ୍ରାନ୍ତଙ୍କୁ ସମସ୍ତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ଗାଁରେ ମେଡିକାଲ କ୍ୟାମ୍ପ କରାଯାଇ ସମସ୍ତଙ୍କ ଚିକିତ୍ସା ଚାଲିଛି । 

 

Tags: